ଚର୍ଚ୍ଚାରେ ମୋଦିଙ୍କ ଦାଢ଼ି

ଚର୍ଚ୍ଚାରେ ମୋଦିଙ୍କ ଦାଢ଼ି

ଚର୍ଚ୍ଚାରେ ମୋଦିଙ୍କ ଦାଢ଼ି
ଭୁବନେଶ୍ୱର : ନିଆରା ଅନ୍ଦାଜ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରତିଷ୍ଠିତ ଲେଖକ ଶଶୀ ଥରୁର ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ନିକଟରେ ସେ ମୋଦିଙ୍କ ଦାଢ଼ି ଓ ଜିଡ଼ିପିକୁ ନେଇ ଟ୍ୱିଟରରେ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ଶଶୀ ଥରୁର ଓ କେନ୍ଦ୍ରମନ୍ତ୍ରୀ ବି.ମୁରଲୀଧରନ ମୁହାଁମୁହିଁ ହୋଇଛନ୍ତି । ଶଶୀ ଥରୁର ନିଜ ଟ୍ୱିଟରରେ ମୋଦିଙ୍କ ଦାଢ଼ି ଓ ଜିଡ଼ିପିର ଏକ ତୁଳନାତ୍ମକ ଚିତ୍ର ପୋଷ୍ଟ କରିଥିଲେ । ଯେଉଁଥିରେ ମୋଦିଙ୍କ ଦାଢ଼ିର ବୃଦ୍ଧି ଓ ଜିଡ଼ିପି ହ୍ରାସ ସଂକ୍ରାନ୍ତରେ ଏକ କଟାକ୍ଷ କରାଯାଇଥିଲା । ଶଶୀଙ୍କ ଏଭଳି କୌତୁକିଆ ଟ୍ୱିଟକୁ ନେଇ ଫିଡ଼ିକି ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ମୁରଲୀଧରନ । ମୁରଲୀଧରନ ଥରୁରଙ୍କୁ ଟ୍ୱିଟ କରି କହିଥିଲେଯେ, ‘ଶଶି ଥରୁର ତୁମେ ଜଲଦି ଠିକ ହୋଇଯାଅ । ମୁଁ ଆୟୂଷ୍ମାନ ଭାରତ ଯୋଜନାରେ ତମ ପାଇଁ ହସପିଟାଲରେ ବ୍ୟବସ୍ଥା କରିଦେବି । ଆପଣଙ୍କର ରୋଗ ଖୁବଶୀଘ୍ର ଭଲ ହୋଇଯିବ ।’ ଏହାର ଜବାବରେ ଥରୁର କହିଥିଲେଯେ, ହାସ୍ୟାସ୍ପଦ ନହେବା ସଂଘୀଙ୍କର ଏକ ପୁରୁଣା ସମସ୍ୟା । ମୋର ଯେଉଁ ରୋଗ ଅଛି ତାହାର ଚିକିତ୍ସା ସମ୍ଭବ, ତେଣୁ ମୁଁ ଆଶ୍ୱସ୍ତ । କିନ୍ତୁ ଆପଣଙ୍କର ଯେଉଁ ପୁରୁଣା ବେମାରୀ ଅଛି ଆୟୂଷ୍ମାନ ଭାରତ ଯୋଜନାରେ ବି ତାହାର ଚିକିତ୍ସା କରାଯାଇପାରିବ ନାହିଁ । ଏହି ଟ୍ୱିଟ ଏବେ ବେଶ ଚର୍ଚ୍ଚା ସୃଷ୍ଟିକରିଛି ।