ଘରୋଇକରଣ ଏବଂ ବେକାରୀ ମୋଦିଙ୍କର ସ୍ୱତନ୍ତ୍ରତା : ରାହୁଲ ଗାନ୍ଧୀ

ଘରୋଇକରଣ ଏବଂ ବେକାରୀ ମୋଦିଙ୍କର ସ୍ୱତନ୍ତ୍ରତା : ରାହୁଲ ଗାନ୍ଧୀ

ଘରୋଇକରଣ ଏବଂ ବେକାରୀ ମୋଦିଙ୍କର ସ୍ୱତନ୍ତ୍ରତା : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଦେଶର ଅର୍ଥନୀତି ଦୂରାବସ୍ଥା ମଧ୍ୟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନିଜର ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି ପୁର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଦେଶର ଯୁବକ ଯୁବତୀ ମାନେ ବେକାରୀ ସମସ୍ୟାରେ ବ୍ୟତିବ୍ୟସ୍ତ ହେଉଥିବା ବେଳେ ମୋଦିଜୀ ଅଯଥାରେ ସମସ୍ତ ସଂସ୍ଥାନର ଘରୋଇକରଣରେ ବ୍ୟସ୍ତ ଅଛନ୍ତି ବୋଲି ରାହୁଲ କହିଛନ୍ତି । ଦେଶର ଯୁବଶକ୍ତିଙ୍କୁ ଚାକିରୀ ପ୍ରଦାନ କରିବା ପରିବର୍ତ୍ତେ କିଛି ହାତଗଣତି ଶିଳ୍ପପତିଙ୍କ ଲାଭ କରିବା ପାଇଁ ମୋଦି ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଯୁବଶକ୍ତିଙ୍କୁ ଚାକିରି ପ୍ରଦାନ କରିବା ବଦଳରେ ବିଭିନ୍ନ ପିଏସୟୁର ଘରୋଇକରଣ କରିବାରେ ମୋଦି ସରକାର ବ୍ୟସ୍ତ ଅଛନ୍ତି । ଏହି ସବୁ ଘରୋଇ କରଣ ବନ୍ଦ କରି ଦେଶରେ ଚାକିରି ସୃଷ୍ଟି ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ରାହୁଲ ମୋଦିଙ୍କୁ କହିଛନ୍ତି । କରୋନା ସଂକ୍ରମଣ ପରେ ଜିଡିପି ଋଣାତ୍ମକ ୨୩.୯ ପ୍ରତିଶତକୁ ଖସିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏବଂ ରାହୁଲ ଗାନ୍ଧୀ ନିୟମିତ ଭାବରେ ମୋଦି ସରକାରଙ୍କୁ ଆକ୍ରମଣ କରିଛନ୍ତି ।