ଘରେ ଲଗାନ୍ତୁ ଏହି ଗଛ, ବଢିବ ସୁଖ ସମୃଦ୍ଧି ଧନ

ଘରେ ଲଗାନ୍ତୁ ଏହି ଗଛ, ବଢିବ ସୁଖ ସମୃଦ୍ଧି ଧନ

ଘରେ ଲଗାନ୍ତୁ ଏହି ଗଛ, ବଢିବ ସୁଖ ସମୃଦ୍ଧି ଧନ

ଭୁବନେଶ୍ୱର: ସାଧାରଣତଃ ଲୋକେ ଘରକୁ ସୁନ୍ଦର ଦେଖାଯିବା ପାଇଁ ଗଛ ଲତା ଲଗାଇଥାନ୍ତି। ସେହିଭଳି କିଛି ଲୋକ ମଧ୍ୟ ଗାଡେନିଂର ସଉକ ମଧ୍ୟ ରଖିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଗଛ ଲତା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ, ଏପରି କେତେକ ଗଛ ଲତା ରହିଛି, ଯାହାକୁ ଲଗାଇବା ଦ୍ୱାରା ଆପଣଙ୍କୁ ଶୁଭଫଳ ମିଳିଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା କେବେ ବି ଧନର ଅଭାବ ରହେ ନାହିଁ। ଆସନ୍ତୁ ଜାଣିବା କେଉଁ ଗଛ କେଉଁ ସ୍ଥାନରେ ଲଗାଇଲେ କି ଫଳ ମିଳିଥାଏ।

ଗଛଲତା ସମସ୍ତଙ୍କୁ ଭଲ ଲାଗିଥାଏ। ଯେଉଁ ସ୍ଥାନରେ ଗଛଲତା ପରିପୂର୍ଣ୍ଣ ରହିଥାଏ, ସେଠାରେ ଶୁଦ୍ଧ ବାୟୁ ସହିତ ଅମ୍ଳଜାନ ଭରପୂର ରହିଥାଏ। ବିନା ବୃକ୍ଷଲତାରେ ଆମ ଜୀବନ ନିରର୍ଥକ। ବୃକ୍ଷ ଆମକୁ ଆହାର ଦେବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ ମଧ୍ୟ ଦେଇଥାଏ।

– ଘରର ଆଗ୍ନେୟ କୋଣରେ ମନିପ୍ଲାଣ୍ଟ ଗଛ ଲଗାନ୍ତୁ। ଏପରି କରିବା ଘରେ ଧନବୃଦ୍ଧି ହେବ।

– ପେଙ୍ଗସୁଇ ଅନୁସାରେ, ଘରେ କ୍ରାସୁଲା ନାମକ ଗଛ ଲଗାଇବା ବହୁତ ଶୁଭଫଳ ମିଳିଥାଏ। ଏହାର ସକାରାତ୍ମକ ପ୍ରଭାବ ଘରେ ପଡିଥାଏ।

– ଘରେ ଲକ୍ଷ୍ମଣା ନାମକ ଗଛ ଲଗାଇବା ଦ୍ୱାରା ଘରର ଉନ୍ନତି ହୁଏ ଏବଂ ମା’ ଲକ୍ଷ୍ମୀଙ୍କର କୃପା ମଧ୍ୟ ମିଳିଥାଏ।

– କଦଳୀ ଗଛକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। କଦଳୀ ଗଛ ବିଷ୍ଣୁ ଭଗବାନର ପ୍ରିୟ ହୋଇଥିବାରୁ ଏହାକୁ ଘରର ଇଶାଣ କୋଣରେ ଲଗାଇବା ଫଳରେ ପରିବାରରେ ସୁଖ ମିଳିଥାଏ।

– ଘର ପାଖରେ ନଡିଆ ଗଛ ରହିବା ଦ୍ୱାରା ସକାରାତ୍ମକ ଶକ୍ତି ମିଳିଥାଏ। ଏହି ଗଛ ରହିବା ଯୋଗୁଁ ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ।

– ତୁଳସୀ ଗଛକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ। ତୁଳସୀ ଗଛକୁ ଘରର ପୂର୍ବକୋଣରେ କିମ୍ବା ଇଣାଣ କୋଣରେ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ। ଫଳରେ ଅନେକ ରୋଗରୁ ମୁକ୍ତି ମିଳିଥାଏ।

– ବାସ୍ତୁଶାସ୍ତ୍ର ଅନୁସାରେ ଅଶ୍ୱଗନ୍ଧା ଗଛକୁ ଘରେ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଫଳରେ ଘରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଈଶ୍ୱର କୃପା କରିଥାନ୍ତି।

– ଧଳା ଏବଂ ବାଇଗଣୀ ରଙ୍ଗର ଅପରାଜିତା ଫୁଲ ଗଛ ଲଗାଇବା ଦ୍ୱାରା ଘରୁ ବାସ୍ତୁଦୋଷ ହୁଏ।

– ଗଙ୍ଗଶିଉଳି ଗଛ ଲଗାଇବା ଦ୍ୱାରା ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାନ୍ତି। ଫଳରେ ପରିବାର ମଧ୍ୟ ବୁଝାମଣା ରହିଥାଏ।