ହାତ୍ ସେ ହାତ୍ ଯୋଡ଼ୋ କାର୍ୟ୍ୟକ୍ରମ ଲାଗି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୭ ପର୍ୟ୍ୟବେକ୍ଷକ ନିଯୁକ୍ତ
ହାତ୍ ସେ ହାତ୍ ଯୋଡ଼ୋ କାର୍ୟ୍ୟକ୍ରମ ଲାଗି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୭ ପର୍ୟ୍ୟବେକ୍ଷକ ନିଯୁକ୍ତ
ଭୁବନେଶ୍ବର, ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିବା ‘ହାତ୍ ସେ ହାତ ଯୋଡ଼ୋ’ କାର୍ୟ୍ୟକ୍ରମ ଲୋକପ୍ରିୟତା ଅର୍ଜନ କରୁଥିବା ବେଳେ କଟକ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହେବ ବୋଲି କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ରଂଜନ ଚୌଧୁରୀ ସୂଚନା ଦେଇଛନ୍ତି। ଏ ନେଇ ୧୭ ବ୍ଲକ୍ ଲାଗି ନିଯୁକ୍ତ ପର୍ୟ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। ଶ୍ରୀ ଚୌଧୁରୀ ପର୍ୟ୍ୟବେକ୍ଷକଙ୍କ ନାମକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୂଚନା ଅନୁଯାୟୀ ସାଲେପୁର ବ୍ଲକ୍ ଲାଗି ପ୍ରବୀଣ କାନୁନ୍ଗୋ (୯୪୩୭୨୭୬୬୫୦), ନରସିଂହପୁର ବ୍ଲକ୍ ଲାଗି ଅକ୍ଷୟ ତୁଙ୍ଗ ସାମନ୍ତ (୯୪୩୯୪୮୮୮୯୪), ଟାଙ୍ଗୀ ଭାସ୍କର ବେହେରା (୯୪୩୭୩୧୯୮୭୩), ବାଙ୍କି-ଡମପଡ଼ା ଲାଗି ଶିଶିର ରଥ (୯୪୩୭୦୨୧୯୭୪), ବାଙ୍କି ଲାଗି ରାଜେଶ ସ୍ବାଇଁ (୯୭୭୬୩୪୧୫୧୩), ମାହାଙ୍ଗା ରାଜ ସିକନ ସ୍ବାଇଁ (୯୮୬୧୧୮୬୨୫୬), ଚୌଦ୍ବାରା ଏନ୍ଏସି ଲାଗି ସୁରେନ୍ଦ୍ର ମହାରଣା (୯୮୫୩୨୧୦୪୪୨), ବାଙ୍କି ଏନ୍ଏସି ଲାଗି ଉଗ୍ରସେନ ଭୂୟାଁ (୯୪୩୯ ୬୧୮୫୪୩), କଣ୍ଟାପଡ଼ା ଲାଗି ସଦାଶିବ ବାରିକ (୯୯୩୮୫୮୦୧୯୧), ଆଠଗଡ଼ ଲାଗି ତନ୍ମୟ ପରିଜା (୯୪୩୭୧୧୯୯୧୭), ତିଗିରିଆ ଲାଗି ମନୋଜ ବିଶ୍ବାଳ (୯୪୩୮୮୪୨୪୩୪), ଆଠଗଡ଼ ଏନ୍ଏସି ଲାଗି ସମରେନ୍ଦ୍ର ହାତୀ (୯୪୩୮୪୧୧୨୭୪), ବଡ଼ମ୍ବା ଲାଗି ଶଶିକାନ୍ତ ଲେଙ୍କା (୯୯୩୮୩୪୮୩୩୪), ବାରଙ୍ଗ ବ୍ଲକ୍ ଲାଗି ଦୁର୍ଗାଶଙ୍କର ଦାସ (୯୯୩୭୦୨୨୮୯୫), ନିଶ୍ଚିନ୍ତକୋଇଲି ଲାଗି ମାନସ ରଂଜନ ପ୍ରଧାନ (୭୦୦୮୧୨୨୩୯୧), ନିଆଳି ବ୍ଲକ୍ ଲାଗି ସୁଦାମ ବାରିକ (୯୯୩୮୮୩୮୧୮୧), କଟକ ସଦର ଲାଗି ସଚିନନ୍ଦନ ରାଉତ (୭୮୫୨୯୨୬୮୨୬) ପର୍ୟ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଶ୍ରୀ ଚୌଧୁରୀ ଘୋଷଣା କରିଛନ୍ତି।




admin 