ଶ୍ୱେତପତ୍ର ଦାବି କଲା କଂଗ୍ରେସ

ଶ୍ୱେତପତ୍ର ଦାବି କଲା କଂଗ୍ରେସ

ଶ୍ୱେତପତ୍ର ଦାବି କଲା କଂଗ୍ରେସ
ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଏନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନନ୍ତି । ସେ କହିଛନ୍ତି ଯେ,ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି । ସୁପ୍ରିମକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ରାଜ୍ୟ ସରକାର ମିଛ କହିଛନ୍ତି । ରାଜ୍ୟ ପୁଲିସରେ ତଦନ୍ତ ଓ ଆଇନଶୃଙ୍ଖଳା ୨ ଭାଗ ବୋଲି ମିଛ କହିଛନ୍ତି । ଗୋଟିଏ ସତକୁ ମିଛ କରିବାକୁ ସରକାର ବାରମ୍ବାର ମିଛ କହୁଛନ୍ତି । ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଶ୍ୱେତପତ୍ର ପ୍ରକାଶ କରାଯାଉ ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଦାବି କରିଛନ୍ତି ।