ଘର ଭିତରୁ ମିଳିଲା ୬ଜଣଙ୍କ ମୃତଦେହ

ଘର ଭିତରୁ ମିଳିଲା ୬ଜଣଙ୍କ ମୃତଦେହ

ଘର ଭିତରୁ ମିଳିଲା ୬ଜଣଙ୍କ ମୃତଦେହ
ବଲାଙ୍ଗିର: ପାଟଣାଗଡ଼ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସଅଁରାପଡ଼ାରେ ଗୋଟିଏ ଘର ଭିତରୁ ଛଅ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇ ନାହିଁ ।