ଗ୍ୟାସ୍‌ ସମସ୍ୟାକୁ ନେଇ ଚିନ୍ତିତ କି, କରନ୍ତୁ ଏହି କାମ

ଗ୍ୟାସ୍‌ ସମସ୍ୟାକୁ ନେଇ ଚିନ୍ତିତ କି, କରନ୍ତୁ ଏହି କାମ

ଗ୍ୟାସ୍‌ ସମସ୍ୟାକୁ ନେଇ ଚିନ୍ତିତ କି, କରନ୍ତୁ ଏହି କାମ

ଆଜିକାଲି ଅଧିକାଂଶ ଲୋକ ବାହାରର ମସଲା ଯୁକ୍ତ ଖାଦ୍ୟପଦାର୍ଥ ଓ ଫାଷ୍ଟଫୁଡ଼ ଖାଇବାକୁ ପସନ୍ଦ କରନ୍ତି । ଅତ୍ୟଧିକ ତେଲ ଓ ମସଲା ଯୋଗୁଁ ଓ ଖାଦ୍ୟପେୟରେ ଅସାବଧାନତା ଯୋଗୁଁ ଆମେ ଭୋଗିଥାଉ ବିଭିନ୍ନ ପ୍ରକାରର ପେଟ ଜନିତ ସମସ୍ୟା ଯଥା- ଗ୍ୟାସ, ଏସିଡ଼ିଟି, ବଦହଜମି, ଆମ୍ବିଳାହାକୁଟି, ପେଟ ଜନ୍ତ୍ରଣା ଇତ୍ୟାଦି । ନିଜର ବ୍ୟସ୍ତବହୁଳ ଜୀବନ ଜୀବିକା ଭିତରେ ମଧ୍ୟ ଆମେ ବାଧ୍ୟ ହେଇଯାଉ ବାହାରର ଖାଦ୍ୟ ଖାଇବା ପାଇଁ ତେଣୁ ଏହା ସାଜିଯାଏ ପେଟ ରୋଗର ମୁଖ୍ୟ ବାହକ । ଘରେ ମଧ୍ୟ ଖାଦ୍ୟ ଟେଷ୍ଟି କରିବା ଉପଲକ୍ଷେ ଆମେ ଅଧିକ ତେଲ ମସଲା ଓ ଲଙ୍କା ଖାଉ ଏହା ମଧ୍ୟ ସାଜିଥାଏ ବାହକ । ତେଣୁ ଆଜି ଆମେ ଆପଣଙ୍କୁ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଖାଦ୍ୟ ଜିନିଷ ଖାଇବା ଦରକାର, ସେ ବିଷୟରେ କହିବୁ। ବୟସ ବଢ଼ିବା ସହିତ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ବଢ଼ି ଚାଲିଥାଏ। କାହିଁକି ନା, ପାଚନ ତନ୍ତ୍ର ପୂର୍ବ ଅପେକ୍ଷା ଦୁର୍ବଳ ହେବାକୁ ଲାଗିଥାଏ। ବିଶେଷଜ୍ଞଙ୍କ ମୁତାବକ, ଯଦି ଆପଣ ନିଜ ଖାଦ୍ୟରେ ଏହି ୪ ପ୍ରାକୃତିକ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବେ, ତ ଏମିତି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଅଦା: ଥଣ୍ଡା, ସର୍ଦ୍ଦି ହେଲେ ପ୍ରାୟତଃ ଆମେ ଅଦା ଖାଇଥାଉ, କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏଥିରୁ ମିଳୁଥିବା ଜିଞ୍ଜରୋଲ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ପେଟ ଜନିତ ସମସ୍ୟାକୁ ଦୂର କରିପାରେ। ଅଦାକୁ ଗରମ ପାଣିରେ ଫୁଟାଇ ଏହାର ଚା’ ପିଇଲେ, ପେଟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

କମଳା: କମଳା ଏମିତି ଏକ ଫଳ, ଯେଉଁଥିରୁ ଭରପୂର ମାତ୍ରାରେ ଫାଇବର ମିଳିଥାଏ। ତେଣୁ ଏହାର ଜୁସ୍ ପିଇବା ପରିବର୍ତ୍ତେ ଏହାକୁ ପୂରା ଖାଆନ୍ତୁ। ଏଥିରେ ଥିବା ଲେକ୍ସେଟିଭ୍ ପେଟ ସଫା କରିବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ। ଏମିତିରେ ଏହାର ଜୁସ୍ ପିଇଲେ ବି ପେଟ ସମସ୍ୟା ଶୀଘ୍ର ଭଲ ହୋଇଯାଏ।

ସୋରିଷ ମଞ୍ଜି: ସୋରିଷ ମଞ୍ଜିରେ ଫାଇବର ଅଧିକ ମାତ୍ରାରେ ରହିଥାଏ, ଯାହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ। ଏହା ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣାକୁ ମଧ୍ୟ ଭଲ କରିଥାଏ।

ଲେମ୍ବୁ: ଲେମ୍ବୁ ଅନେକ ରୋଗର ଉପଶମ ବୋଲି କୁହାଯାଏ। ଆପଣ ଲେମ୍ବୁ ପାଣି କିମ୍ବା ଏହାର ରସକୁ ସାଲାଡରେ ଚିପୁଡ଼ି ଖାଇ ପାରିବେ। ଏଥିରେ କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ମିଳିଥାଏ। ଏଥି ସହିତ ପେଟ ସମସ୍ୟାକୁ ଦୂର କଲା ଭଳି ପେକ୍ଟିନ୍ ଫାଇବର ମଧ୍ୟ ଏଥିରୁ ମିଳିଥାଏ।