ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ହୋଇ ପଡ଼ିଛି ତତ୍ପର। ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କ ଘରେ ଚାଲିଛି ଘନଘନ ଚଢ଼ଉ। ନିକଟରେ ଅନେକ ବଡବାବୁ ଭିଜିଲାନ୍ସ ଜାଲରେ ଫଶିଥିବାବେଳେ ଆଜି ଆଉ ଜଣେ ବଡବାବୁ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆଜି ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟ ବହର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭଞ୍ଜନଗର ଏମଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଘର ରେଡ୍ କରୁଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ ।
ଚଢାଉରେ ୫ଜଣ ଡିଏସପି, ୧୧ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ଗତ କିଛି ଦିନ ହେବ ଯନ୍ତ୍ରୀ କାର୍ତ୍ତିକେଶ୍ୱର ଭିଜିଲାନ୍ସ ସ୍କାନରରେ ଥିଲେ ।




admin 