ଗୋପବନ୍ଧୁଙ୍କ ମର୍ଯ୍ୟାଦା ହାନି ଭଳି ଅପଚେଷ୍ଟାକୁ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ
ଗୋପବନ୍ଧୁଙ୍କ ମର୍ଯ୍ୟାଦା ହାନି ଭଳି ଅପଚେଷ୍ଟାକୁ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ
ଭୁବନେଶ୍ୱର : ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଉକôଳମଣି ଗୋପବନ୍ଧୁ ଦାସ ହେଉଛନ୍ତି ପ୍ରାତଃନମସ୍ୟ । ଜାତିର ଜନକ ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱ ସହିତ ସତ୍ୟ ଓ ଅହିଂସା ଯେପରି ଅବିଚ୍ଛେଦ୍ୟ, ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ନାମ ସହିତ ସେବା ଓ ତ୍ୟାଗ ସେହିପରି ଅନୁବନ୍ଧିତ ହୋଇ ରହିଛି । ଓଡ଼ିଆ ଜାତିର ମହାମନୀଷୀ ଗୋପବନ୍ଧୁଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେଲାଭଳି କାହାରି ଦ୍ୱାରା କୌଣସି ଅପଚେଷ୍ଟାକୁ କଦାପି ରାଜ୍ୟବାସୀ ବରଦାସ୍ତ କରିବେ ନାହିଁ ବୋଲି ରାଜ୍ୟ କଂଗ୍ରେସ ତରଫରୁ ଚେତାବନୀ ଦିଆଯାଇଛି । କଟକ-ପାରାଦୀପ ରାସ୍ତାରେ ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁରଠାରେ ୧୯୮୭ ମସିହାରୁ ସ୍ଥାପିତ ଉକôଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ପାଶ୍ୱର୍ରେ ସ୍ଥାନୀୟ ବିଜୁଜନତା ଦଳ ତରଫରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତି ସ୍ଥାପନକୁ ନେଇ ସାଧାରଣ ଜନଗଣଙ୍କ ମଧ୍ୟରେ ସୃଷ୍ଟିହୋଇଥିବା ତୀବ୍ର ପ୍ରତିକ୍ରିୟା ଓ ଆନେ୍ଦାଳନ ଆଧାରରେ ଆଜି ରାଜ୍ୟ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଡକ୍ଟର ଗୋବିନ୍ଦ ଭୂୟାଁ ଘୋର ନିନ୍ଦା କରିବା ସହିତ ରାଜ୍ୟ ସରକାର ତୁରନ୍ତ ବିଷ୍ଣୁ ବାବୁଙ୍କ ପ୍ରତିମୂର୍ତିକୁ ସେଠାରୁ ସ୍ଥାନାନ୍ତର କରିବାକୁ ଦୃଢ଼ ଦାବି ଉପସ୍ଥାପିତ କରିଛନ୍ତି । ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତି କଂଗ୍ରେସ ଦଳର କୌଣସି ବୈରୀଭାବ ବା ଅସୂୟା ନାହିଁ ଏବଂ ବିଜୁ ଜନତା ଦଳ ରଘୁନାଥପୁରର ଅନ୍ୟ ଯେ କୌଣସି ସ୍ଥାନରେ ବା ଜଗ୍ତସିଂପୁର ଜିଲ୍ଳାର ଅନ୍ୟ ଯେଉଁଠି ଯେତେ ସଂଖ୍ୟାରେ ବିଷ୍ଣୁ ବାବୁଙ୍କ ପ୍ରତିମୂର୍ତି ସ୍ଥାପନ କଲେ କଂଗ୍ରେସ ସ୍ୱାଗତ କରିବ ବୋଲି ଅବତାରଣା କରିବା ସହିତ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ମର୍ଯ୍ୟାଦା ପ୍ରତି ସାମାନ୍ୟତମ ଅସମ୍ମାନକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବୋଲି ଡକ୍ଟର ଭୂୟାଁ ପ୍ରକାଶ କରିଛନ୍ତି ।
ଉକôଳମଣି ଗୋପବନ୍ଧୁ ପ୍ରତ୍ୟେକ ଉକôଳୀୟଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ମୂର୍ତିମନ୍ତ ପ୍ରତୀକ । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ତାଙ୍କର ସ୍ଥାନ ଖୁବ ଉଚ୍ଚରେ ଏବଂ ସେ ଚିରକାଳ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇରହିଥିବେ । ପୁଣ୍ୟାତ୍ମ୍ୟା ଗୋପବନ୍ଧୁଙ୍କ ପ୍ରତିମୂର୍ତି ପାଖରୁ ତୁରନ୍ତ ସ୍ୱର୍ଗତ ବିଷ୍ଣୁ ବାବୁଙ୍କ ପ୍ରତିମୂର୍ତି ସ୍ଥାନାନ୍ତର ଦାବି କରି ଗତ ୫ ତାରିଖ ଠାରୁ ଦୀର୍ଘ ୬ ଦିନ ଧରି ସେଠାରେ ସ୍ଥାନୀୟ ଯୁବନେତା ଇଂ ହିଂମାଶୁ ମଲ୍ଲିକ ଓ ତାଙ୍କ ସାଥୀମାନଙ୍କ ତରଫରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତି ତଳେ •ଲିଥିବା ଅନଶନକୁ ସମର୍ଥନ ଜଣାଇ ରାଜ୍ୟର ବହୁ କଂଗ୍ରେସ ନେତା ଓ ବିଶିଷ୍ଟ ବୁଦ୍ଧିଜୀବୀ ଇତି ମଧ୍ୟରେ ଅନଶନ ସ୍ଥଳକୁ ଯାଇ ଆନେ୍ଦାଳନକୁ ସମର୍ଥନ ଜ୍ଞାପନ କରିଛନ୍ତି । ସମଗ୍ର ଜିଲ୍ଲାରେ ଏବଂ ସାରା ଓଡ଼ିଶାରେ ଏପରି କାର୍ଯ୍ୟକୁ ବିଭିନ୍ନ ବର୍ଗର ସଚେତନ ବ୍ୟକ୍ତିମାନେ ନାପସନ୍ଦ କରିବା ସହିତ ଜନଅସନ୍ତୋଷକୁ ଉପଶମ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଭୂୟାଁଙ୍କ ସମେତ ଅନ୍ୟତମ ମୁଖପାତ୍ର ଅମିୟ ପାଣ୍ଡବ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।




admin 
