ଗୋଟିଏ ଟ୍ୱିଟରେ ଉଡ଼ିଗଲା ୧୪ ବିଲିୟନ ଡଲାର

ଗୋଟିଏ ଟ୍ୱିଟରେ ଉଡ଼ିଗଲା ୧୪ ବିଲିୟନ ଡଲାର

ଗୋଟିଏ ଟ୍ୱିଟରେ ଉଡ଼ିଗଲା ୧୪ ବିଲିୟନ ଡଲାର
ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଇଲେକ୍ଟ୍ରିକ ଯାନ ନିର୍ମାଣକାରୀ କମ୍ପାନୀ ଟେସଲାର ସିଇଓ ଏଲନ ମସ୍କ କମ୍ପାନୀ ପାଇଁ ନିଜେ ଭଷ୍ମାସୁର ପାଲଟିଛନ୍ତି । ତାଙ୍କର ଗୋଟିଏ ଗୋଟିଏ ଟ୍ୱିଟ ପାଇଁ କମ୍ପାନୀକୁ ବହୁମୂଲ୍ୟ ଦେବାକୁ ପଡ଼ୁଛି । ୨୦୧୮ ଅଗଷ୍ଟରେ ସେ କରିଥିବା ଟ୍ୱିଟ ଏ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଭୁଲ ନଥିବା ବେଳେ ଏବେ ପୁଣି ଆଉ ଏକ ଟ୍ୱିଟ ସେୟାର ବଜାରରେ ଝଡ଼ ସୃଷ୍ଟି କରିଛି । ନିଜେ ମସ୍କ ଟ୍ୱିଟ କରିଛନ୍ତି, ମୋ ମତରେ କମ୍ପାନୀର ସେୟାର ମୂଲ୍ୟ ବହୁତ ଅଧିକ ରହିଛି । ଏହା ଫଳରେ ଉକ୍ତ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ଟ୍ୱିଟ କରିବା ପୂର୍ବରୁ ଟେସଲା କମ୍ପାନୀର ବଜାର ପୁଞ୍ଜି ୧୪୧ ବିଲିୟନ ଡଲାର ଥିବା ବେଳେ ଟ୍ୱିଟ ପରେ ଏହା ୧୨୭ ବିଲିୟନ ଡଲାରକୁ କମିଯାଇଥିଲା । ଅର୍ଥାତ ଗୋଟିଏ ଟ୍ୱିଟରେ କମ୍ପାନୀର ୧୪ ବିଲିୟନ ଡଲାର ଉଡ଼ିଯାଇଛି । କେବଳ ସେତିକି ନୁହେଁ, ଏଭଳି ଟ୍ୱିଟ ପାଇଁ ତାଙ୍କୁ ଆଗାମୀ ଦିନରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ବିଦା କରାଯିବାର ଆଶଙ୍କା ରହିଛି । ଉଲ୍ଲେଖଯୋଗ୍ୟ, ୨୦୧୮ ଅଗଷ୍ଟରେ ମସ୍କ ଟ୍ୱିଟ କରିଥିଲେ ଯେ ଟେସଲା ନିଜସ୍ୱ କମ୍ପାନୀର ପରିଣତ ହେବାକୁ ଯାଉଛି । ଏହା କରିବା ପରେ କମ୍ପାନୀର ବଜାର ପୁଞ୍ଜି ୮ ବିଲିୟନ ଡଲାର କମିଯାଇ ୧୩୩ ବିଲିୟନ ଡଲାର ରହିଥିଲା । କେବଳ ସେତିକି ନୁହେଁ, ଏଥିପାଇଁ ତାଙ୍କ ଉପରେ ଆମେରିକାର ପୁଞ୍ଜି ବଜାର ନିୟାମକ ସିକ୍ୟୁରିଟିକ ଆଣ୍ଡ ଏକ୍ସଚେଞ୍ଜ କମିସନ (ଏସଇସି) ୪ କୋଟି ଡଲାର ଟଙ୍କାର ଜରିମାନା ଲାଗୁ କରିଥିଲା । ଏଥିସହିତ ତାଙ୍କୁ ଟେସଲା ବୋର୍ଡର ଅଧ୍ୟକ୍ଷ ପଦବୀରୁ ହଟାଇ ଦିଆଯାଇଥିଲା ।