ଗୃହିଣୀମାନଙ୍କ ପାଇଁ ନୂଆ ନୂଆ ଟିପ୍ସ
ଗୃହିଣୀମାନଙ୍କ ପାଇଁ ନୂଆ ନୂଆ ଟିପ୍ସ
admin
Jul 15, 2019 - 05:41
Updated: Jul 15, 2019 - 05:41
ଭୁବନେଶ୍ୱର : ଲାଲ ଟମାଟୋକୁ ତାଜା ରଖିବା ପାଇଁ ଟମାଟୋର ନାସି ପାଖରେ ଅଳ୍ପ ଟିକେ ମହମ ଲଗାନ୍ତୁ ସେଗୁଡ଼ିକ ତାଜା ହୋଇ ରହିବ । ଯଦି ଟମାଟୋ ଅତି ନରମ ହୋଇଯାଏ ତେବେ ସେଗୁଡ଼ିକୁ ଥଣ୍ଡା ଜଳରେ ରଖନ୍ତୁ । ଟମାଟୋ ପୁଣି ତାଜା ହେବା ସହ ସୁସ୍ବାଦୁ ଲାଗିବ ।
– ପଣସ କାଟିବା ବେଳେ ହାତ, ଛୁରୀ ଓ ପନିକିରେ ସୋରିଷ ତେଲ ଲଗାଇ ଦିଅନ୍ତୁ । ଫଳରେ ଅଠା ଆଉ ଲାଗିବ ନାହିଁ ।
– ପ୍ଲାଷ୍ଟିକ ପାତ୍ରକୁ ଚମକାଇବା ପାଇଁ ଏକ ହାଲକା ଭିଜା ପେପର ନ୍ୟାପକିନ୍ରେ ଅଳ୍ପ ଟିକେ ବେକିଂ ସୋଡ଼ା ପକାଇ ରଗଡ଼ି ଦିଅନ୍ତୁ ।
– ପକୁଡ଼ି କିମ୍ବା ପୁରୀ ଛାଣିବା ପୂର୍ବରୁ ଗୋଳାରେ କିଛି କର୍ଣ୍ଣଫ୍ଲୋର ମିଶାଇ ଦିଅନ୍ତୁ । ଦେଖିବେ ପକୁଡ଼ି ଓ ପୁରୀ କମ୍ ତେଲ ଟାଣିବା ସହ ଅଧିକ ମୁସୁମୁସୁ ଲାଗିବ ।
– ଦର୍ପଣକୁ ଚମକାଇବା ପାଇଁ ପାଣିରେ କିଛି ମଣ୍ଡ ମିଶାଇ ଓଦା କନାରେ ପୋଛି ଦିଅନ୍ତୁ ଓ ପରେ ଶୁଖିଲା କପଡ଼ାରେ ପୋଛନ୍ତୁ ।
– ଶୁଖିଲା ଫଳ କାଟିବା ପାଇଁ ଛୁରୀକୁ ଗରମ ପାଣିରେ ବୁଡ଼ାଇ କାଟିଲେ ଭଲ ହେବ ।
– କଫିର ସ୍ବାଦ ବଢ଼ାଇବା ପାଇଁ କଫି ଓ ଚିନି ଫେଂଟିବା ସମୟରେ ସେଥିରେ କିଛି ବର୍ଣ୍ଣଭିଟା ମିଶାଇ ଦିଅନ୍ତୁ ଦେଖିବେ ସ୍ବାଦ ଆହୁରି ବଢ଼ିଯିବ ।
– ଭାତ ପେଜରେ ଅଟା ଦଳି ରୁଟି କଲେ ତାହା କଅଁଳ ହେବ ।
– ଆଳୁ ଓ ଲାଉ ଚୋପାକୁ ତ୍ୱଚା ଉପରେ ଘସିଲେ ତାହା ଉଜ୍ଜ୍ୱଳ ଦିଶେ ।
– କଲରା ଚୋପାକୁ ଚାଉଳ ସହ ମିଶାଇ ରଖିଲେ ସେଥିରେ ଆଦୌ ପୋକ ହେବ ନାହିଁ ।
– ଲେମ୍ବୁ ଚୋପାକୁ ଦାନ୍ତରେ ଘସିଲେ ଦାନ୍ତରେ ଥିବା ହଳଦିଆ ଦାଗ ଦୂର ହୋଇଥାଏ ଏବଂ ଦାନ୍ତ ଉଜ୍ଜ୍ୱଳ ଦିଶେ । ମାଢ଼ି ମଧ୍ୟ ଶକ୍ତି ଓ ସୁଦୃଢ଼ ହୋଇଥାଏ ।
– ପୁରୀ ବେଲିବା ବେଳେ ପ୍ରଥମେ ଅଟାରେ କିଛି ଚିନିଗୁଣ୍ଡ ମିଶାଇଲେ ପୁରୀ ଭଲ ଭାବେ ଫୁଲିବା ସହ ସ୍ବାଦିଷ୍ଟ ଲାଗିଥାଏ ।
– ଆମଲେଟ କରିବା ବେଳେ ଏକ ଚାମକ ଦୁଧ ମିଶାଇଲେ ତାହା କଅଁଳ ହୋଇଥାଏ ।
– ନୂଆ ସୂତା ଶାଢ଼ୀକୁ ପ୍ରଥମେ ଲୁଣ ପାଣିରେ ବୁଡ଼ାଇ ରଖି ଧୋଇଲେ ଅଧିକ ରଙ୍ଗ ଛାଡ଼ିନଥାଏ ।