ଗୃହିଣୀମାନଙ୍କ ପାଇଁ ନୂଆ ନୂଆ ଟିପ୍ସ

ଗୃହିଣୀମାନଙ୍କ ପାଇଁ ନୂଆ ନୂଆ ଟିପ୍ସ

ଗୃହିଣୀମାନଙ୍କ ପାଇଁ  ନୂଆ ନୂଆ ଟିପ୍ସ
ଭୁବନେଶ୍ୱର : ଲାଲ ଟମାଟୋକୁ ତାଜା ରଖିବା ପାଇଁ ଟମାଟୋର ନାସି ପାଖରେ ଅଳ୍ପ ଟିକେ ମହମ ଲଗାନ୍ତୁ ସେଗୁଡ଼ିକ ତାଜା ହୋଇ ରହିବ । ଯଦି ଟମାଟୋ ଅତି ନରମ ହୋଇଯାଏ ତେବେ ସେଗୁଡ଼ିକୁ ଥଣ୍ଡା ଜଳରେ ରଖନ୍ତୁ । ଟମାଟୋ ପୁଣି ତାଜା ହେବା ସହ ସୁସ୍ବାଦୁ ଲାଗିବ । – ପଣସ କାଟିବା ବେଳେ ହାତ, ଛୁରୀ ଓ ପନିକିରେ ସୋରିଷ ତେଲ ଲଗାଇ ଦିଅନ୍ତୁ । ଫଳରେ ଅଠା ଆଉ ଲାଗିବ ନାହିଁ । – ପ୍ଲାଷ୍ଟିକ ପାତ୍ରକୁ ଚମକାଇବା ପାଇଁ ଏକ ହାଲକା ଭିଜା ପେପର ନ୍ୟାପକିନ୍ରେ ଅଳ୍ପ ଟିକେ ବେକିଂ ସୋଡ଼ା ପକାଇ ରଗଡ଼ି ଦିଅନ୍ତୁ । – ପକୁଡ଼ି କିମ୍ବା ପୁରୀ ଛାଣିବା ପୂର୍ବରୁ ଗୋଳାରେ କିଛି କର୍ଣ୍ଣଫ୍ଲୋର ମିଶାଇ ଦିଅନ୍ତୁ । ଦେଖିବେ ପକୁଡ଼ି ଓ ପୁରୀ କମ୍ ତେଲ ଟାଣିବା ସହ ଅଧିକ ମୁସୁମୁସୁ ଲାଗିବ । – ଦର୍ପଣକୁ ଚମକାଇବା ପାଇଁ ପାଣିରେ କିଛି ମଣ୍ଡ ମିଶାଇ ଓଦା କନାରେ ପୋଛି ଦିଅନ୍ତୁ ଓ ପରେ ଶୁଖିଲା କପଡ଼ାରେ ପୋଛନ୍ତୁ । – ଶୁଖିଲା ଫଳ କାଟିବା ପାଇଁ ଛୁରୀକୁ ଗରମ ପାଣିରେ ବୁଡ଼ାଇ କାଟିଲେ ଭଲ ହେବ । – କଫିର ସ୍ବାଦ ବଢ଼ାଇବା ପାଇଁ କଫି ଓ ଚିନି ଫେଂଟିବା ସମୟରେ ସେଥିରେ କିଛି ବର୍ଣ୍ଣଭିଟା ମିଶାଇ ଦିଅନ୍ତୁ ଦେଖିବେ ସ୍ବାଦ ଆହୁରି ବଢ଼ିଯିବ । – ଭାତ ପେଜରେ ଅଟା ଦଳି ରୁଟି କଲେ ତାହା କଅଁଳ ହେବ । – ଆଳୁ ଓ ଲାଉ ଚୋପାକୁ ତ୍ୱଚା ଉପରେ ଘସିଲେ ତାହା ଉଜ୍ଜ୍ୱଳ ଦିଶେ । – କଲରା ଚୋପାକୁ ଚାଉଳ ସହ ମିଶାଇ ରଖିଲେ ସେଥିରେ ଆଦୌ ପୋକ ହେବ ନାହିଁ । – ଲେମ୍ବୁ ଚୋପାକୁ ଦାନ୍ତରେ ଘସିଲେ ଦାନ୍ତରେ ଥିବା ହଳଦିଆ ଦାଗ ଦୂର ହୋଇଥାଏ ଏବଂ ଦାନ୍ତ ଉଜ୍ଜ୍ୱଳ ଦିଶେ । ମାଢ଼ି ମଧ୍ୟ ଶକ୍ତି ଓ ସୁଦୃଢ଼ ହୋଇଥାଏ । – ପୁରୀ ବେଲିବା ବେଳେ ପ୍ରଥମେ ଅଟାରେ କିଛି ଚିନିଗୁଣ୍ଡ ମିଶାଇଲେ ପୁରୀ ଭଲ ଭାବେ ଫୁଲିବା ସହ ସ୍ବାଦିଷ୍ଟ ଲାଗିଥାଏ । – ଆମଲେଟ କରିବା ବେଳେ ଏକ ଚାମକ ଦୁଧ ମିଶାଇଲେ ତାହା କଅଁଳ ହୋଇଥାଏ । – ନୂଆ ସୂତା ଶାଢ଼ୀକୁ ପ୍ରଥମେ ଲୁଣ ପାଣିରେ ବୁଡ଼ାଇ ରଖି ଧୋଇଲେ ଅଧିକ ରଙ୍ଗ ଛାଡ଼ିନଥାଏ ।