ଲେମ୍ବୁ ଖାଇଲେ କଣ ହେବ

ଲେମ୍ବୁ ଖାଇଲେ କଣ ହେବ

ଲେମ୍ବୁ ଖାଇଲେ କଣ ହେବ
ଲେମ୍ବୁରେ ଅଛି ପ୍ରଚୁର ପରିମାଣର ଭିଟାମିନ ଓ ମିନେରାଲ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ଲେମ୍ବୁରସ ସେବନ କରନ୍ତି । କିଛି ଲୋକ ଶରୀରର ଓଜନ କମାଇବା ପାଇଁ ପ୍ରତିଦିନ ସକାଳୁ ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଅନ୍ତି । କିନ୍ତୁ ଆପଣ ଜାଣଛନ୍ତି କି ଅତ୍ୟଧିକ ଲେମ୍ବୁ ଖାଇବା ଫଳରେ କି କି ଅସୁବିଧାରେ ପଡିପାରନ୍ତି ଆପଣମାନେ! • ଲେମ୍ବୁରେ ଭିଟାମିନ ସି’ ର ମାତ୍ରଧିକ ଉପସ୍ଥିତି କାରଣରୁ ଏହା ଶରୀରକୁ ଗଲେ ଶରୀରରେ ଥିବା ଆଇରନର ଅବଶୋଷଣ କରେ । • ଲେମ୍ବୁ ସିକ୍ରେଟ ଫଳ ତାଲିକାରେ ଆସୁଛି । ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ କମ ଲେମ୍ବୁ ସେବନ କରିବା ସେମାନଙ୍କ ପାଇଁ ଲାଭ ଦାୟକ । • ଆଇରନର ଅବଶୋଷଣ ଫଳରେ ସ୍ୱାସ୍ଥ୍ୟରେ ରକ୍ତହୀନତା ଦେଖାଯାଏ । • ଅତ୍ୟଧିକ ଲେମ୍ବୁପାଣି ପିଇବା ଦ୍ୱାରା ଏହା ଦାନ୍ତକୁ କ୍ଷତି ପହଂଥାଏ । • ଲେମ୍ବୁ ପାଣିରେ ଅତ୍ୟଧିକ ଅମ୍ଳ ଅଂଶ ଥିବା କାରଣରୁ ଏହା ଦାନ୍ତକୁ ରୁଗଣ ଓ କମଜୋର କରିଦିଏ । • ଲେମ୍ବୁ ପାଣି ପିଇବା ଦ୍ୱାରା ଅତ୍ୟାଧିକ ପରିସ୍ରା ହୁଏ,ଯାହା ଫଳରେ ଶରୀରର ଅନେକ ହୀତକର ପୋଷକତତ୍ୱ ବାହାରକୁ ବାହାରି ଯାଏ ।