ଶୀତରେ ପିଅନ୍ତୁ ଗୁଜୁରାତି ଚା’

ଶୀତରେ ପିଅନ୍ତୁ ଗୁଜୁରାତି ଚା’

ଶୀତରେ ପିଅନ୍ତୁ ଗୁଜୁରାତି ଚା’
ବିଶେଷଜ୍ଞଙ୍କ ମତରେ, ଶୀତଦିନିଆ ଚା’ରେ ଗୁଜୁରାତି ଓ ଅଦାର ମିଶ୍ରଣ ତାହାକୁ ମହୌଷଧି ରୂପ ଦେଇଥାଏ । ଏହା ଚା’ର ସ୍ୱାଦ ବଢ଼ାଇବା ସହ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ବିଭିନ୍ ପରୀକ୍ଷା ଜଣାପଡ଼ିଛି ଯେ ଗୁଜୁରାତିରେ ଥିବା ତତ୍ତ୍ୱ କର୍କଟ ରୋଗରୁ ମଧ୍ୟ ରକ୍ଷା କରେ । ଶରୀରରେ କ୍ୟାନସର ସେଲସ ଗଠିତ ହୋଇଥିଲେ, ଗୁଜୁରାତିରେ ଥିବା ତତ୍ତ୍ୱ ତାହାକୁ ରୋକିବାକୁ ଚେଷ୍ଟା କରିଥାଏ ବୋଲି ଗବେଷକଙ୍କ ମତ । ଏଥିରେ ମାଙ୍ଗାନିଜ ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ତାହା ମଧୁମେହକୁ ମଧ୍ୟ ନିୟନ୍ତ୍ରଣ କରୁଥିବାର ପ୍ରକାଶ । ଏସବୁ ସହ ଶୀତରେ ବଦହଜମ କିମ୍ବା ଭୋକ ନ ହେବା ସମସ୍ୟା ହେଲେ, ଗୁଜୁରାତି ଚା’ପିଇଲେ ଏହାର ଉତ୍ତମ ପ୍ରଭାବ ପଡ଼ିଥାଏ ।