ଗୁଡଭେଲାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ଗୁଡଭେଲାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ଗୁଡଭେଲାରେ ବିଶ୍ୱ ମୃତ୍ତିକା ଦିବସ ପାଳିତ
ଗୁଡଭେଲା/ତୁଷୁରା - ଗୁଡଭେଲା କୃଷି ସୂଚନା ଓ ପରମର୍ଶ କେନ୍ଦ୍ର ପରିଷରରେ ଗୁରୁବାର ବ୍ଳକ କୃଷ୍ି ଅଧିକାରୀ ପ୍ରମୋଦ ବଡପଣ୍ଡାଙ୍କ ସଭାପତିତ୍ୱରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିଦେ୍ର୍ଧଶକ ଅଶୋକ ଚନ୍ଦ୍ର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ମାଟି ମାଁ ଆମକୁ କେବେ ନିରାଶ କରି ନାହାନ୍ତି, ଏହି ମାଟିର ପରୀକ୍ଷା କରି ଆଉ ଉନ୍ନତ ମାନର ଚାଷ କରାଯାଇ ଲାଭବାନ ହୋଇ ପାରିବା ବୋଳି ଦର୍ଶାଇଥିଲେ । ଚିଞ୍ଚେଡ ସରପଞ୍ଚ ଗୋପାଳ ଭୋଇ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୃଷକ ମାନେ ନିଜ ନିଜ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ସହ ଗ୍ରାମ୍ୟକୃଷୀ କର୍ମଚାରୀ, କୃଷକ ସାଥୀ ମାନେ ଉପସ୍ଥିତ ରହିଥିବା ବେଳେ ଗୋପାନନ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।