ଗାଡ଼ି ପୋଡ଼ିଦେଲେ ମାଓବାଦୀ

ଗାଡ଼ି ପୋଡ଼ିଦେଲେ ମାଓବାଦୀ

ଗାଡ଼ି ପୋଡ଼ିଦେଲେ ମାଓବାଦୀ
ମାଲକାନଗିରି: ମାଥିଲି ଗୋଲିଆଗୁଡ଼ାରେ ପୁଣି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । ରାସ୍ତା କାମରେ ନିୟୋଜିତ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି । ଗୋଟିଏ ବୋଲେରୋ, ଗୋଟିଏ ପ୍ରୋକଲିନ ମେସିନ ସହ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି । ଉନ୍ନୟନମୂଳକ କାର୍ୟ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ରାସ୍ତା କାମରେ ନିୟୋଜିତ ଥିବା ଏକ ପୋକଲିନକୁ କ୍ଷତିଗ୍ରସ୍ତ କରିବା ସହ ଏକ ବୋଲେରୋ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ସମ୍ପୃକ୍ତ ଠିକାଦାରଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି । ଠିକାଦାରଙ୍କ ନାମ ସୁକୁମାର ମଣ୍ଡଳ ବୋଲି ଜଣାପଡିଥିବା ବେଳେ ଏନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ଏହି କାଣ୍ଡରେ ଦରଭା ଡିଭିଜନର ମାଓବାଦୀ ସାମିଲ ଥିବା ଜଣା ପଡିଛି ।