ଗଦି ତଳୁ ୧୬ ଲକ୍ଷ ୭୦ ହଜାର ଟଙ୍କା ବାହାରିଲା
ଗଦି ତଳୁ ୧୬ ଲକ୍ଷ ୭୦ ହଜାର ଟଙ୍କା ବାହାରିଲା
ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ଗ୍ରାମ ଉନ୍ନୟନ ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଦ୍ୟୁତ ବିଭାଗରେ କାର୍ୟ୍ୟରତ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଘରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଗଦି ତଳୁ ଏସବୁ ଟଙ୍କା ବାହାରିଥିବା ଜଣାପଡିଛି ।
ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ବ୍ରହ୍ମପୁର ଗଜପତି ନଗରର ଅଷ୍ଟମ ଲେନରେ ଥିବା ଏକ ୪ ମହଲା ଘର, ୧୧ ଲେନରେ ଥିବା ୫ ମହଲା ଘର, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା ବିଶିଷ୍ଟ ଘର, ଗଞ୍ଜାମ ଆମ୍ବପୁଆରେ ଥିବା ଅଫିସ ଓ ପୈତୃକ ଘର ଛତ୍ରପୁରର ପୁଟବଗଡ଼ ଠାରେ ଏକାକାଳୀନ ଯାଂଚ କରୁଛି ଭିଜିଲାନ୍ସ ।
କିନ୍ତୁ ଯାଞ୍ଚ ବେଳେ ଭିଜିଲାନ୍ସ ଟିମକୁ ତଦନ୍ତରେ ସହଯୋଗ କରିନଥିଲେ ଯନ୍ତ୍ରୀ ଏବଂ ତାଙ୍କ ପୁଅ । ବ୍ରହ୍ମପୁରରେ ଯନ୍ତ୍ରୀ ଜଗନ୍ନାଥ ସେଠୀ ଓ ଭୁବନେଶ୍ୱରରେ ତାଙ୍କ ପୁଅ ଘର ଭିତର ପଟୁ ତାଲା ବନ୍ଦ କରିଥିଲେ । ଭିଜିଲାନ୍ସ ଟିମ୍ କବାଟ ଭାଙ୍ଗି ଘରକୁ ପସି ଛାନଭିନ କରୁଛନ୍ତି । ତଦନ୍ତରେ ଅସହଯୋଗ କରିଥିବାରୁ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ କହିଛି ।




admin 