ଗଞ୍ଜାମ, ଗଜପତିକୁ ବେଶି ବିପଦ

ଗଞ୍ଜାମ, ଗଜପତିକୁ ବେଶି ବିପଦ

ଗଞ୍ଜାମ, ଗଜପତିକୁ ବେଶି ବିପଦ

ଭୁବନେଶ୍ୱର:ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ । ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଗୁଲାବ ରହିଛି ।  ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ଗୁଲାବ ରହିଛି ।  ଗତ ୬ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର ।  ରାତି ପ୍ରାୟ ୯ଟା ପରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଲ୍ୟାଣ୍ଡଫଲ କରିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ତାଙ୍କ ସୂଚନା ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକି୍ରୟା ପ୍ରାୟ ୩ଘଣ୍ଟା ପର୍ୟ୍ୟନ୍ତ ରହିବ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବେଶି ପ୍ରଭାବ ପଡ଼ିବା ସମ୍ଭାବନା ରହିଛି ।  ଲ୍ୟାଣ୍ଡଫଲ ବେଳେ ପବନର ବେଗ 60 ରୁ 70 କିମି ରହିବ ।  ଭୁବନେଶ୍ୱରରେ ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ ।