ଖୋଲିଲା ସାରଥୀ ଆଶ୍ରମ, ହେଲା ପୂଜାର୍ଚ୍ଚନା

ଖୋଲିଲା ସାରଥୀ ଆଶ୍ରମ, ହେଲା ପୂଜାର୍ଚ୍ଚନା

ଖୋଲିଲା ସାରଥୀ ଆଶ୍ରମ, ହେଲା ପୂଜାର୍ଚ୍ଚନା

କେନ୍ଦ୍ରାପଡା : ଦୀର୍ଘଦିନ ପରେ ଖୋଲିଲା ବହୁଚର୍ଚ୍ଚିତ ସାରଥି ଆଶ୍ରମ  । ଯାହାକୁ ନେଇ ଏବେ ଆଲୋଡନ ସୁଷ୍ଟି ହୋଇଛି  । ଆଶ୍ରମରେ ଅନେକ ଭକ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିଛି  । ଜନ୍ମାଷ୍ଟମୀ ଅବସରରେ ଅନୁଗାମୀମାନେ ଆଶ୍ରମ ଯାଇ ପୂଜାପାଠ କରିବା ସହ ହୋମଯଜ୍ଞ କରିଛନନ୍ତି । ଏହା ସହ ଅନୁଗାମୀମାନେ ପ୍ରାର୍ଥନା କରୁଥିବାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । 

ଆଶ୍ରମ କିଏ ଖୋଲିଲା ବୋଲି ପ୍ରଶ୍ନ ଉଠୁଛି  । ତେବେ କୋର୍ଟଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ନେଇ ଆଶ୍ରମ ଖୋଲାଯାଇଥିବା କୁହାଯାଉଛି । ଗୋଲକୁଣ୍ଡା ହୋଟେଲରେ ଧରାପଡିବା ପରମ ସାରଥି ଫଶି ଯାଇଥିଲେ  । କେନ୍ଦ୍ରାପଡା ସହ ସାରା ରାଜ୍ୟରେ ଏହା ଚହଳ ପକାଇଥିଲା  । ସ୍ଥିତି ଏମିତି ହୋଇଥିଲାଯେ, ସାରଥିଙ୍କ ବାରିମୂଳ ଆଶ୍ରମରେ ତାଲା ଝୁଲିଥିଲା  । ଗୋଟିକ ପରେ ଗୋଟିଏ କେଳେଙ୍କାରୀ ଉପରୁ ପର୍ଦ୍ଧା ହଟିଲା  । ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହେବା ସହ ସାରଥିବି ଗିରଫ ହୋଇଥିଲେ  ।