ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ

ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ

ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ପଜିଟିଭ୍ ହାର ପ୍ରବଳ ବଢୁଥିବାରୁ  ଭୁବନେଶ୍ୱରରେ ଅନେକ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରୁଛି ବିଏମ୍ସି । ଏହା ସହିତ ଖୋର୍ଦ୍ଧାରେ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି । ତଥାପି ସବୁ କଟକଣାକୁ ଭେଦ କରି ଖୋର୍ଦ୍ଧାରେ କରୋନା ଭୟଙ୍କର ସ୍ଥିତି ସୃଷ୍ଟି କରୁଛି । ରାଜ୍ୟରେ ଦୈନିକ ସଂକ୍ରମଣରୁ ଖୋର୍ଦ୍ଧା ଓ ସୁନ୍ଦରଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । 

ଆଜି ରାଜ୍ୟରେ ୧୦ହଜାର  ୮୫୬ କରୋନା ପଜିଟିଭ୍ ମଧ୍ୟର ଖାର୍ଦ୍ଧାରୁ  ସର୍ବାଧିକ ୩ହଜାର ୩୦୮୭ , ଅନୁଗୁଳରୁ ୧୦୪, କଟକରୁ ୯୦୯, ବାଲେଶ୍ୱରରୁ ୩୨୬, ବରଗଡରୁ ୧୪୫, ଭଦ୍ରକରୁ ୧୦୧, ବଲାଙ୍ଗୀରରୁ ୨୫୯, ବୌଦ୍ଧରୁ ୩୮, ଦେବଗଡରୁ ୨୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୩୫, ଗଞ୍ଜାମରୁ ୧୩୯, ଜଗତସିଂହପୁରରୁ ୨୨୨, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୨୧୧, କଳାହାଣ୍ଡିରୁ୧୪୪, କନ୍ଧମାଳରୁ ୪୨, କେନ୍ଦ୍ରାପଡାରୁ ୭୫, କେନ୍ଦୁଝରରୁ ୮୪, କେରାପୁଟରୁ ୧୬୫, ମାଲକାନାଗିରିରୁ ୫୪, ମୟୂରଭଞ୍ଜରୁ ୩୭୬, ନବରଙ୍ଗପୁରରୁ ୧୦୬, ନୟାଗଡରୁ ୧୪୫, ନୂଆପଡାରୁ ୭୫, ପୁରୀରୁ ୧୯୮, ରାୟଗଡାରୁ ୧୫୬, ସମ୍ବଲପୁରରୁ ୫୦୦, ସୋନପୁରରୁ ୧୦୨, ସୁନ୍ଦରଗଡରୁ ୧୯୪୩ଓ ରାଜ୍ୟପୁଲରୁ ୭୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ଆଜି କରୋନାରୁ ସୁସ୍ଥ ହୋଇଛନ୍ତିି ୨୨୧୬ଜଣ । ଏହାକୁ ମିଶାଇ ଏବେ ସୁଦ୍ଧା ୧୦ ଲକ୍ଷ ୫୨ହଜାର ୩୯୫ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ବି ୬୧ହଜାର ୮୦୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।