ଖୁସି ଖବର : ଓଡିଶାରେ ଚାଲିବ ମେଟୋ ଟ୍ରେନ

ଖୁସି ଖବର : ଓଡିଶାରେ ଚାଲିବ ମେଟୋ ଟ୍ରେନ

ଖୁସି ଖବର : ଓଡିଶାରେ ଚାଲିବ ମେଟୋ ଟ୍ରେନ

ଭୁବନେଶ୍ୱର : ଓଡିଶାରେ ମେଟ୍ରୋ ଟ୍ରେନ ଚାଲିବା ନେଇ କିଛି ବର୍ଷ ତଳେ ରାଜ୍ୟ ସରକାର ଯୋଜନା କରିଥିଲେ  । ଭୁବନେଶ୍ୱର ଓ କଟକକୁ ମେଟ୍ରୋ ଟ୍ରେନ ଚାଲିବା ନେଇ ଯୋଜନା କରାଯାଇଥିଲା  । ତେବେ ମେଟ୍ରୋ ଟ୍ରେନ ପାଇଁ ଦୁଇ ସହରରେ ଆବଶ୍ୟକୀୟ ଜନସଂଖ୍ୟା ନଥିବାରୁ ବସ୍ତୁତଃ ପ୍ରକଳ୍ପ ସ୍ୱପ୍ନଟି ଅଧୁରା ରହିଯାଇଥିଲା  । ସର୍ଭେ ରିପୋର୍ଟରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ଫିଜିବଲ ରିପୋର୍ଟ ଆସିପାରିନଥିଲା  । କିନ୍ତୁ ଏବେ ପୁଣି ଥରେ ମେଟ୍ରୋ ଟ୍ରେନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଓଡ଼ିଶାରେ ମେଟ୍ରୋ ଟ୍ରେନ ଚାଲିବାର ବାଟ ଧିରେଧିରେ ଫିଟିବାରେ ଲାଗିଛି  ।

ବିଧାନସଭାରେ ଏସଂକ୍ରାନ୍ତରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ପ୍ରଶ୍ନ ପଚାରିଥିଲେ  । ଏହାର ଉତରରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତିଯେ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ପୁରୀ ପାଇଁ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ପରାମର୍ଶଦାତା ନିଯୁକ୍ତି ବିଚାରାଧୀନ ରହିଛି  । ଅର୍ଥାତ କଟକ ଓ ଭୁବନେଶ୍ୱରରେ ଆବଶ୍ୟକୀୟ ଲୋକସଂଖ୍ୟା ନଥିବାରୁ ମେଟ୍ରୋ ଟ୍ରେନ ପ୍ରକଳ୍ପ ଯୋଜନା ଅଟକି ଯାଇଥିଲା  । ତେଣୁ କଟକ ଭୁବନେଶ୍ୱର ଦୈତ ନଗରୀ ବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ପୁରୀକୁ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି  । ଫଳରେ ଏଥିପାଇଁ ୍ରଆବଶ୍ୟକୀୟ ଜନସଂଖ୍ୟା ମାନଦଣ୍ଡ ପୂରଣ କରାଯାଇପାରିବ  । ତେବେ ରାଜ୍ୟ ସରକାର କେବେ ପରାମର୍ଶଦାତା ନିଯୁକ୍ତି କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି  । କାହିଁଁକିନା ଏହି ପରାମର୍ଶଦାତାମାନେ ହିଁ ଏନେଇ ଫିଜିବିଲଟି ରିପୋର୍ଟ ପ୍ରଦାନ କରିବେ  ।