ଦୁଃଖଦ ଖବର : ଆରପାରିରେ ପଦ୍ମଶ୍ରୀ ନନ୍ଦ ସାର

ଦୁଃଖଦ ଖବର : ଆରପାରିରେ ପଦ୍ମଶ୍ରୀ ନନ୍ଦ ସାର

ଦୁଃଖଦ ଖବର : ଆରପାରିରେ ପଦ୍ମଶ୍ରୀ ନନ୍ଦ ସାର

ଭୁବନେଶ୍ୱର : ଆରପାରିରେ ପଦ୍ମଶ୍ରୀ ନନ୍ଦ ସାର  । ଏଭଳି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି  । ଆଜି ଦିନ ୧ଟା ୨୮ରେ ନନ୍ଦ ସାରଙ୍କର ପରଲୋକ ଘଟିଛି  । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି  ।

ନନ୍ଦ ସାର କରୋନା ଆକ୍ରାନ୍ତ ହୋଇ ସମ ହସପିଟାଲରେ ଚିକିତ୍ସିତ ହେଉଥିଲେ  । ତେବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉନଥିଲା  । ନନ୍ଦ ସାରଙ୍କୁ ୧୦୪ ବର୍ଷ ହୋଇଥିଲା  । ତେଣୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ  । ନିକଟରେ ନନ୍ଦ ସାରଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ  । ସାରା ଜୀବନ ସେ ସମାଜସେବାରେ ଅତିବାହିତ କରିଥିଲେ  । ଗରିବ ପିଲାମାନଙ୍କୁ ସେ ଏବେବି ପାଠ ପଢ଼ାଇ ଆସୁଥିଲେ  । ଯାହାକି ଦେଶରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନନ୍ଦ ସାରଙ୍କର ଭୂୟସୀ ପ୍ରଶଂସା କରିଥିଲେ  । ତେବେ ଆଜି ତାଙ୍କର ମୃତ୍ୟୁ ନେଇ ନନ୍ଦ ସାରଙ୍କ ନାତି ସୂଚନା ଦେବା ପରେ ଶୋକର ଛାୟା ଖେଳିଯାଇଛି  ।