ଖଣ୍ଡଗିରି ମେଳା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି, ଜାଣନ୍ତୁ କ’ଣ ରହିଛି

ଖଣ୍ଡଗିରି ମେଳା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି, ଜାଣନ୍ତୁ କ’ଣ ରହିଛି

ଖଣ୍ଡଗିରି ମେଳା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି, ଜାଣନ୍ତୁ କ’ଣ ରହିଛି

ଭୁବନେଶ୍ବର: ଖଣ୍ଡଗିରି ମାଘ ମେଳା ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିବା ବେଳେ ଶନିବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଏମସି ସମେତ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ , ଖଣ୍ଡଗିରି ମେଳା ଆୟୋଜନ କମିଟି କର୍ମକର୍ତ୍ତା ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଯାତ୍ରା ୨୮ ତାରିଖ ଠାରୁ ଆରମ୍ଭ ହୋଇ ୧୦ ଦିନ ଧରି ଚାଲିବ। ଚଳିତ ଥର ଯାତ୍ରାରେ ଅପେରାକୁ  ଅନୁମତି ଦିଆଯାଇଛି।

୬ ଟି ପଡ଼ିଆରେ ଅପେରା ହେବାକୁ ଥିବା ବେଳେ ପାର୍କିଂ ପାଇଁ୩ ଟି ସ୍ୱତନ୍ତ୍ର ପଡିଆ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ମାର୍ଗଦର୍ଶିକାକୁ ମେଳାରେ ଅନୁପାଲନ କରିବାକୁ ନିର୍ଦେଶ ରହିଛି। ଅପେରାରେ ସାନିଟାଇଜର, ଦୁଇ ସିଟ ମଧ୍ୟରେ ବ୍ୟବଧାନ ଓ ମାସ୍କ ବ୍ୟବସ୍ଥା ରହିବ। ଅଗ୍ନିକାଣ୍ଡ ଓ ଦଳାଚକଟା ଭଳି ଅଘଟଣକୁ ରୋକିବାକୁ ସ୍ୱତନ୍ତ୍ର ନଜର ରଖାଯିବ। ଅସ୍ଥାୟୀ ଶୌଚାଳୟ ପ୍ରତିଷ୍ଠା ସହ ସ୍ଵଛତା ଓ ପରିମଳକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ଥର ପ୍ରାୟ ୪ ଶହଟି ଷ୍ଟଲକୁ ଅନୁମତି ଦିଆଯିବ। ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟବସ୍ଥା କମିଶନରେଟ ପୋଲିସ ପକ୍ଷରୁ କରାଯିବ।