ଖଟ ତଳେ ରଖୁଛନ୍ତି କି ଏସବୁ ଜିନିଷ

ଖଟ ତଳେ ରଖୁଛନ୍ତି କି ଏସବୁ ଜିନିଷ

ଖଟ ତଳେ ରଖୁଛନ୍ତି କି ଏସବୁ ଜିନିଷ

ଭୁବନେଶ୍ୱର: ବାସ୍ତୁଶାସ୍ତ୍ର ଅନୁଯାୟୀ, ଖଟ ତଳେ ଭୁଲ୍‌ରେ ବି କେବେ ଲୁହାର କୌଣସି ଜିନିଷ କିମ୍ବା ଝାଡୁ ରଖିବା ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା କୁଆଡ଼େ ଘରେ ବାସ୍ତୁଦୋଷ ଉପୁଜିଥାଏ ବୋଲି ବିଶ୍ୱାସ କରାଯାଏ।

ତା’ସହିତ ପରିବାର ସଦସ୍ୟଙ୍କ ମନ ଓ ମସ୍ତିଷ୍କ ଉପରେ ବି ଏହା ନକାରାତ୍ମକ ପ୍ରଭାବ ପକାଇଥାଏ। ଆର୍ଥିକ ସମସ୍ୟା ଦେଖାଯାଇଥାଏ। କେବଳ ସେତିକି ନୁହେଁ, ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ବି ଏହା କୁପ୍ରଭାବ ପକାଇଥାଏ। ସେହିପରି ପୁରୁଣା କିମ୍ବା ଚିରି ଯାଇଥିବା କପଡ଼ାର ଗଣ୍ଠିଲିକୁ ଖଟତଳେ ରଖିବା ଆଦୌ ଶୁଭଙ୍କର ହୋଇ ନ ଥାଏ।

କୁହାଯାଏ, ଏହା ଦ୍ୱାରା ଘରେ ନକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ସୁଖଶାନ୍ତି ଦୂରେଇଯାଏ। ଅନ୍ୟପକ୍ଷେ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ସ ଜିନିଷକୁ ବି ଖଟତଳେ ରଖିବା ଠିକ୍‌ ନୁହେଁ। ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଯିବା ସହ ନିଦ ବି ଠିକ୍‌ରେ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।