ଖାଆନ୍ତୁ କଳା ଗାଜର, କମିବ ଓଜନ
ଭୁବନେଶ୍ୱର : ଦେଶୀ ବଜାରରେ ଦୁଇ ପ୍ରକାର ଗାଜର ଦେଖାଯାଏ । ଗୋଟିଏ ଲାଲ ରଙ୍ଗର ଓ ଅନ୍ୟଟି ହାଲକା ଗୋଲାପୀ ରଙ୍ଗ ଗାଜର । ବଜାରକୁ ଏଥରକ ନୂଆ କରି କଳା ରଙ୍ଗର ଗାଜର ଆସିଛି । ପୋଷକତତ୍ୱ ରେ ଭରପୂର କଳା ଗାଜର ଖାଇବାକୁ ବିଶେଷଜ୍ଞ ଦଳ କହିଛନ୍ତି ।
ଏହି ରଂଗ ଗାଜରରେ ଆଂଟିଅକ୍ସିଡ଼ାଂଟ ଭରି ରହୁଛି । ସେଥିପାଇଁ ହୃଦ୍ରୋଗୀ ମାନେ କଳା ଗାଜର ସାଲାଡ଼୍ ଖାଇବା ଭଲ। ଗାଜର ଖାଇଲେ ଆନ୍ଥୋସିଆନିନ୍ ଥିବାରୁ ତାହା ଖାଇଲେ କର୍କଟ ରୋଗ ହେବା ଆଶଙ୍କା କମ୍ । କଳା ରଙ୍ଗର ଗାଜର ଖାଇଲେ ମଧ୍ୟ ଆଖିର ଜ୍ୟୋତି ବଢେ ଓ ଓଜନ ବି କମ୍ ହେଉଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ।




admin 