କୋଟିଏ ଟଙ୍କାର ସୁନା କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ
କୋଟିଏ ଟଙ୍କାର ସୁନା କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏବେ ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଜାତୀୟ ଗଣମାଧ୍ୟମରେ ତାଙ୍କୁ ନେଇ ଖବର ପ୍ରକାଶ ପାଇଛି । ମହାରାଷ୍ଟ୍ରର ପ୍ରସିଦ୍ଧ ଶନି ଶିଙ୍ଗନପୁର ମନ୍ଦିରକୁ ସେ କୋଟିଏ ଟଙ୍କାର ସୁନା କଳସ ଦାନ କରିଛନ୍ତି । ଏନେଇ ଶ୍ରୀ ଦାସ କିଛି ସ୍ପଷ୍ଟ କରିନଥିଲେ ହେଁ ଭିଡ଼ିଓରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି ।
ଇଟିଭି ଭାରତ ଚ୍ୟାନେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଜଣେ ଭକ୍ତ ୭୦୦ ଗ୍ରାମ ସୁନା ଓ ୫ କିଲୋ ରୂପାରେ ତିଆରି ଏକ କଳସ ଠାକୁରଙ୍କୁ ଦାନ କରିଛନ୍ତି । ଗତ ଶନିବାର ଥିଲା ଶନି ଅମାବାସ୍ୟା । ଏହି ଶନି ଅମାବାସ୍ୟାରେ ଶ୍ରୀ ଦାସ ନିଜ ପରିବାରବର୍ଗଙ୍କ ସହ ଶନିଦେବଙ୍କ ଆରାଧନା କରିଥିଲେ ।
ମନ୍ଦିରର ଜଣେ ପୂଜକ କହିଛନ୍ତିଯେ, ଓଡ଼ିଶାର ଜଣେ ଭକ୍ତ ଠାକୁରଙ୍କୁ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପାର ଏକ କଳସ ଦାନ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ହେବ । ସଂଧ୍ୟା ଆଳତୀ ସମୟରେ ଏହି କଳସଟି ଠାକୁରଙ୍କ ଆଗରେ ରଖାଯାଇଥିଲା । ତେବେ ପୂଜକ ଜଣଙ୍କ ଭକ୍ତଙ୍କ ନାମ ପ୍ରକାଶ କରିନାହାନ୍ତି । କିନ୍ତୁ ଭିଡ଼ିଓରେ ନବ ଦାସ ପୂଜା କରୁଥିବା ଦେଖିବାକୁ ମିଳିଛି ।




admin 