କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ

କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ

କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର : ଥମୁନି ବ୍ରାଉନ୍‌ସୁଗର କାରବାର। ପୁଣି ଥରେ ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର । ପ୍ରାୟ ଏକ କେଜିରୁ ଅଧିକ ଓଜନର ଧଳାଜହର ଜବତ ।

ଖବର ଅନୁଯାୟୀ, ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପାର୍ଥପୁରରେ ଚଢାଉ କରିଥିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଗ୍ରାହକ ବେଶରେ ଚଢାଉ କରିଥିଲେ ଏସ୍‌ଟିଏଫ୍‌ ଅଧିକାରୀ । ଏହି ଚଢାଉ ସମୟରେ ପ୍ରାୟ ଏକ କେଜିରୁ ଅଧିକ ଓଜନର ବ୍ରାଉନ୍‌ସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ ।
ତେବେ ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଏସ୍‌ଟିଏଫ । ଯାହାଫଳରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରୁଛି ଏସ୍‌ଟିଏଫ୍‌ ।