କେରଳ ହାତୀ ହତ୍ୟା ଘଟଣା: ଜଣେ ଗିରଫ ।

କେରଳ ହାତୀ ହତ୍ୟା ଘଟଣା: ଜଣେ ଗିରଫ ।

କେରଳ ହାତୀ ହତ୍ୟା ଘଟଣା: ଜଣେ ଗିରଫ ।
କେରଳରେ ଅମାନବୀୟ ଭାବେ ଏକ ଗର୍ଭିଣୀ ହାତୀକୁ ହତ୍ୟା କରାଯାଇଛି । ହାତୀକୁ ସପୁରୀ ଭିତରେ ବିସ୍ଫୋରକ ସାମଗ୍ରୀ ଦେଇ ହତ୍ୟା କରାଯାଇଥିଲା । ଯାହାକୁ ସାରା ଦେଶରେ ନିନ୍ଦା କରାଯାଇଥିଲା । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଉଛି । ଏହି ଘଟଣାକୁ କେରଳ ସରକାର ବହୁ ଗୁରୁତର ସହ ଗ୍ରହଣ କରିଛନ୍ତି । ବନ ଅଧିକାରୀମାନେ ତଦନ୍ତକୁ ଗତିଶୀଳ କରିବା ପରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି । କେରଳର ବନବିଭାଗର ସୂତ୍ର ଅନୁଯାୟୀ, କେରଳ ପୁଲିସ ଓ ବନ ବିଭାଗର ଯୁଗ୍ମ ଟିମ ଘଟଣାର ଛାନଭିନ ଆରମ୍ଭ କରିଥିଲେ। ଗତକାଲି ୩ ଜଣ ଦୁର୍ବୃତଙ୍କ ଉପରେ ନଜର ରଖାଯାଇଥିଲା । ଆଜି ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ ଜଣଙ୍କୁ ପୁଲିସ ପକ୍ଷରୁ ଖୋଜା ଚାଲିଛି ।