କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିପାରେ ୪୬ ହଜାର ୨୫୧ କୋଟି ଟଙ୍କା
କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିପାରେ ୪୬ ହଜାର ୨୫୧ କୋଟି ଟଙ୍କା
ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଏଥର କେନ୍ଦ୍ର ବଜେଟ୍ ପ୍ରସ୍ତାବ ଅନୁସାରେ କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶାକୁ ୪୬ ହଜାର ୨୫୧ କୋଟି ଟଙ୍କା ମିଳିପାରେ । କେନ୍ଦ୍ରୀୟ ଅନୁଦାନରେ ମୋଟ ୩୫ ହଜାର ୪୦୦ କୋଟି ଟଙ୍କା ମିଳିପାରେ । ଚଳିତ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ଆର୍ଥିକ ବର୍ଷରେ ଓଡ଼ିଶାକୁ ପାଖାପାଖି ୧୨ ହଜାର କୋଟି ଟଙ୍କା ଅଧିକ ମିଳିବ ।
ଟିକସ ବାବାଦକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ମୋଟ ୧୦ ଲକ୍ଷ ୨୧ ହଜାର ୪୪୮କୋଟି ଟଙ୍କା ଦେବେ ।
ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଓଡ଼ିଶାର ଭାଗ ୪.୫୨୮ପ୍ରତିଶତ । ଏହି ହାରରେ ୨୦୨୩-୨୪ରେ ଓଡ଼ିଶାକୁ ୪୬ ହଜାର ୨୫୧ କୋଟି ଟଙ୍କା ପାଇବ ।୨୦୨୨-୨୩ ବଜେଟ୍ ଅଟକଳରେ ଟିକସ ଭାଗ ଥିଲା ୩୬ ହଜାର ୯୭୮ କୋଟି ଟଙ୍କା । ଏ ବର୍ଷ ୯ ହଜାର ୨୭୩ କୋଟି ଟଙ୍କା ଅଧିକ ମିଳିବ ଏ ବାବଦରେ । କିନ୍ତୁ ବଜେଟ୍ ପ୍ରସ୍ତାବଠୁ ଅଧିକ ପାଇଛି ଓଡ଼ିଶା । କେନ୍ଦ୍ର ଟିକସ ଆୟ ଆକଳନଠୁ ଅଧିକ ହେବାରୁ ରାଜ୍ୟ ୪୨ହଜାର ୯୪୩ କୋଟି ଟଙ୍କା ପାଇଥିଲା ବୋଲି ସଂଶୋଧିତ ବଜେଟ୍ ପ୍ରସ୍ତାବରୁ ସ୍ପଷ୍ଟ ହେଉଛି।
କେନ୍ଦ୍ରୀୟ ଅନୁଦାନ ବାବଦରେ ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷ ମୋଟ ୩୫ ହଜାର ୪୧୧ କୋଟି ଟଙ୍କା ପାଇବା ସମ୍ଭାବନା ରହିଛି । ଆର୍ଥିକ ବର୍ଷ (୨୦୨୨-୨୩)ଏ ବାବଦରେ ମୋଟ ୩୨ ହଜାର ୭୮୮ କୋଟି ଟଙ୍କା ପାଇବେ ବୋଲି ବଜେଟ୍ ଅଟକଳ ହୋଇଛି । ରାଜ୍ୟ ଗୁଡିକୁ ମୋଟ ଅନୁଦାନ ବଢିଛି ୮ ପ୍ରତିଶତ ୩ ଲକ୍ଷ ୯୫ ହଜାର କୋଟିରୁ ୪ ଲକ୍ଷ ୨୭ ହଜାର କୋଟିକୁ । ଓଡ଼ିଶା ଅନୁଦାନ ସମାନୁପାତିକ ବଢିଲେ ରାଜ୍ୟ ପାଖାପାଖି ୨ ହଜାର ୬୨୩ କୋଟି ଅଧିକ ପାଇପାରେ ।




admin 