କେନ୍ଦ୍ରାପଡ଼ା ପାଇଁ ଖୁସି ଖବର
କେନ୍ଦ୍ରାପଡ଼ା ପାଇଁ ଖୁସି ଖବର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ପାଇଁ ଭଲ ଖବରଟିଏ । ବିଶ୍ୱସ୍ତରୀୟ ଇସ୍ପାତ କମ୍ପାନୀ ଆର୍ସେଲର ମିତ୍ତଲର ଲକ୍ଷ୍ମୀ ନାରାୟଣ ମିତ୍ତଲ ଭୁବନେଶ୍ୱର ଆସିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କର ଏକ ସହଯୋଗୀ ସଂସ୍ଥା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ (ଏଏମଏନଏସ) ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଥିବାରୁ ଶ୍ରୀ ମିତ୍ତଲଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି । ଏହି ପ୍ରକଳ୍ପ ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏଏମଏନଏସ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଥିଲା । ପାରାଦ୍ୱୀପରେ ଥିବା ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ପେଲେଟାଜେସନ ପ୍ଲାଣ୍ଟର କ୍ଷମତାକୁ ୧୨ ନିୟୁତ ଟନ ପର୍ଯ୍ୟନ୍ତ ବୃଦ୍ଧି କରିବା ଓ କେନ୍ଦୁଝରରେ ଥିବା ବେନିଫିକେସନ ପ୍ଲାଣ୍ଟରେ ମଧ୍ୟ ତାଙ୍କ ସଂସ୍ଥା ନିବେଶ କରିବାର ଯୋଜନା ରଖିଛି । ଏହି ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି । ଗତକାଲି ସେ ନୂଆଦିଲ୍ଲୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ ।