କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ୫ ଟଙ୍କା, ଡିଜେଲ ୧୦ ଟଙ୍କା କମିବ

କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ୫ ଟଙ୍କା, ଡିଜେଲ ୧୦ ଟଙ୍କା କମିବ

କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ୫ ଟଙ୍କା, ଡିଜେଲ ୧୦ ଟଙ୍କା କମିବ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦରରେ ନିଅାଁ ଲାଗିଯାଇଛି  । ଯାହାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  । ଏହି ପ୍ରସଙ୍ଗରେ ବିରୋଧୀ ବି ସରକାରଙ୍କୁ ଘେରିଛନ୍ତି  । ସରକାରଙ୍କ ବିରୋଧରେ ତେଲ ଦର ବୃଦ୍ଧିକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି  । ନିକଟ ଅତୀତରେ ହୋଇଥିବା ଉପନିର୍ବାଚନରେ ବି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି  ।

ତେଲ ଦର ବୃଦ୍ଧିର ପ୍ରଭାବ ମଧ୍ୟ ଖାଉଟିଙ୍କ ଉପରେ ପଡ଼ିଛି  । ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଆଖିଆଗରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତି ନେଇଛନ୍ତି  । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି  । ଫଳରେ ପେଟ୍ରୋଲ ଲିଟର ପିଛା ଦର ୫ ଟଙ୍କା ହ୍ରାସ ପାଇବ  । ସେହିପରି ଡିଜେଲ ଦର ମଧ୍ୟ ୧୦ ଟଙ୍କା କମିବ  । ଆଜି ମଧ୍ୟରାତ୍ରରୁ ଏହି ନୂତନ ଦର ଲାଗୁ ହେବ  । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ଖାଉଟିଙ୍କୁ ଆଶ୍ୱସ୍ତି କରିଛି  । ଆଗକୁ ଉତରପ୍ରଦେଶ ନିର୍ବାଚନ ଥିବାରୁ ସରକାର ଏଭଳି ନିଷ୍ପତି ନେଇଛନ୍ତି ବୋଲି ବିରୋଧୀ କହୁଥିବାବେଳେ ମୋଦି ସରକାର ସବୁବେଳେ ଜନତାଙ୍କ ହିତରେ ବୋଲି ଶାସକ ବିଜେପି ପକ୍ଷରୁ କୁହାଯାଇଛି  ।