କେଜ୍ରିୱାଲଙ୍କ ଝିଅଙ୍କୁ ଅନଲାଇନରେ ଠକିଥିବା ୩ ଅଭିଯୁକ୍ତ ଗିରଫ

କେଜ୍ରିୱାଲଙ୍କ ଝିଅଙ୍କୁ ଅନଲାଇନରେ ଠକିଥିବା ୩ ଅଭିଯୁକ୍ତ ଗିରଫ

କେଜ୍ରିୱାଲଙ୍କ ଝିଅଙ୍କୁ ଅନଲାଇନରେ ଠକିଥିବା ୩ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଝିଅଙ୍କୁ ଅନଲାଇନରେ ଠକିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ହରିଆଣାର ନୁହ ଅଂଚଳ ବାସିନ୍ଦା ସାଜିଦ(୨୬) ଏବଂ ମଥୁରା ଅଚଂଳର କପିଲ (୧୮) ଓ ମାନବିନ୍ଦର ସିଂହ (୨୫) । ଟେକ୍ନିକାଲ ସର୍ଭେଲାନ୍ସ ଜରିଆରେ ସେମାନଙ୍କୁ ଭରତପୁର-ମଥୁରା ସୀମାରୁ ଗିରଫ କରାଯାଇଛି । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ୱାରିସ (୨୫) ଫେରାର ଅଛି । ଇ-କମର୍ସ ପ୍ଲାଟଫର୍ମରେ ଏକ ସୋଫା ବିକ୍ରି କରିବାକୁ କେଜରିୱାଲଙ୍କ ଝିଅ ଚାହିଁଥିଲେ । ତାକୁ କିଣିବାକୁ କହି ଅଭିଯୁକ୍ତମାନେ ତାଙ୍କ ଠାରୁ କୌଶଳକ୍ରମେ ୩୪ ହଜାର ଟଙ୍କା ଠକି ନେଇଥିଲେ । ଗିରଫ ୩ ଅଭିଯୁକ୍ତ ୱାରିସ ପାଇଁ କମିଶନ ଆଧାରରେ କାମ କରୁଥିଲେ । ମାନବିନ୍ଦର ନକଲି ଦସ୍ତାବିଜ ଦେଇ ଉଭୟ କପିଲ ଓ ସାଜିଦ ନାମରେ ବିଭିନ୍ନ ବ୍ୟାଙ୍କରେ ଜମାଖାତା ଖୋଲିଥିଲା । ଠକେଇ ଅର୍ଥ ୱାରିସ ଆକାଉଂଟକୁ ଟ୍ରାନ୍ସଫର କରାଯାଉଥିଲା ।