କୃଷ୍ଣ ପାଟରାଙ୍କ ବିୟୋଗରେ ମାନସ ଚୌଧୁରୀଙ୍କ ଶୋକ
କଟକ: କଟକର ବିଶିଷ୍ଟ ସମାଜସେବୀ ତଥା ସୁପରିଚିତ କଂଗ୍ରେସ ନେତା କୃଷ୍ଣ ପାଟରାଙ୍କର ବିୟୋଗରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଶୋକ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, କୃଷ୍ଣ ପାଟରାଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ । ସ୍ୱର୍ଗତ ପାଟରା କଟକ ସହରରେ ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଥିଲେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । କଟକର ଜଣେ ଅତି ସାଧାରଣ ଦୋକାନୀ ଠାରୁ ପ୍ରତିଷ୍ଠିତ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ଶ୍ରୀ ପାଟରାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା ।
କଟକ ସହରରେ ବିଭିନ୍ନ ନ୍ୟାୟ, ନିଶାପ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଆୟୋଜିତ ସଭା ସମିତିରେ ତାଙ୍କୁ ସର୍ବଦା ଲୋଡ଼ା ଯାଏ । ସେ ଆଜୀବନ କଂଗ୍ରେସ ଦଳର ଜଣେ ସମର୍ପିତ ବ୍ୟକ୍ତି ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଶ୍ରୀ ପାଟରା ପ୍ରିୟ ଭାଜନ ଥିଲେ । ୨୦୦୪ ମସିହାରେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ କଂଗ୍ରେସ ପାର୍ଥୀ ଭାବରେ ଅବତୀର୍ଣ୍ଣ ହୋଇଥିଲାବେଳେ ତାଙ୍କର ଯାହା ସାହାଯ୍ୟ ଓ ସହଯୋଗ ଥିଲା ତାହା ଅବିସ୍ମରଣୀୟ ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଶ୍ରୀ ଚୌଧୁରୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।




admin 