କୂଅରୁ ଉଦ୍ଧାର ହେଲା ମୃତ ଶିଶୁପୁତ୍ର

କୂଅରୁ ଉଦ୍ଧାର ହେଲା ମୃତ ଶିଶୁପୁତ୍ର

କୂଅରୁ ଉଦ୍ଧାର ହେଲା  ମୃତ ଶିଶୁପୁତ୍ର


କେନ୍ଦୁଝର ସଦର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଶିରିଶିପାଳ ପଞ୍ଚାୟତ ରାଙ୍କି  ମୁଣ୍ଡାସାହିଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଗ୍ରାମର ସମୀର ପାତ୍ର ନାମକ ଜଣେ ଯୁବକ ଗତ କାଲି ବଳଦ ଚରାଉଥିବା ସମୟରେ ପରିତ୍ୟକ୍ତ କୂଅରେ କିଛି ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହି ଆଜି ସକାଳେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ମୃତ ଶିଶୁର ଶବକୁ ଉଦ୍ଧାର କରାଯାଇଛି । ଟାଉନ୍ ପୋଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।