କୁତୁକୁତୁ କଲେ ମୂଷା ହସେ

କୁତୁକୁତୁ କଲେ ମୂଷା ହସେ

କୁତୁକୁତୁ କଲେ ମୂଷା ହସେ

ଜୀବଜଗତରେ ମନୁଷ୍ୟ ନିଜକୁ ଶ୍ରେଷ୍ଠ ପ୍ରାଣୀ ବୋଳି ବିଚାରିଥାଏ । ଏପରିକି ଅନେକ ଶାରୀରିକ କ୍ରିୟା କେବଳ ମନୁଷ୍ୟ ଦ୍ୱାରା ହିଁ ସମ୍ଭବ ବୋଲି ସେ ଭାବିନେଇଥାଏ । ସତେ ଯେପରି ହସିବା କାନ୍ଦିବା ରୁଷିବା ପରି ପ୍ରତିକ୍ରିୟା ଗୁଡ଼ିକ କେମଳ ମନୁଷ୍ୟର ହିଁ ଏକଚାଟିଆ ଅଧିକାର ରହିଛି । ମାତ୍ର ମୂଷା ମାନେ ମଧ୍ୟ କୌଣସି ପ୍ରତିକ୍ରିୟା ରଖିବାରେ ଧୁରନ୍ଧର ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି । ଏପରିକି ଆମକୁ କୁତୁକୁତୁ ବା ଖର କରିଲେ ଆମେ ଯେପରି ହସିଥାନ୍ତି, ମୂଷା ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଖାଇଥାଏ ବୋଲି ଜଣାଯାଇଛି । ଏପରିକି ତାହା ସେମାନଙ୍କୁ ଆନନ୍ଦ ମଧ୍ୟ ଦେଇଥାଏ ବୋଲି ମଧ୍ୟ ଏହା ସ୍ପଷ୍ଟ ହୋଇଛି ।

ନ୍ୟାସନାଲ ଜିଓଗ୍ରାଫିକ ସଂଗଠନ ଦ୍ୱାରା ପ୍ରସ୍ତୁତ ଏକ ଭିଡ଼ିଓରେ ଗୋଟିଏ ମୂଷାକୁ ସେପରି କୁତୁ କୁତୁ କରିବାରୁ ସେ ମନୁଷ୍ୟ ଅନୁରୂପ ଦାନ୍ତ ଦେଖାଇ ହସୁଥିବା ପ୍ରମାଣ ରହିଛି । ଖାଲି ସେତିକି ନୁହେଁ ଏହି ଘଟଣା ପରେ ସଂପୃକ୍ତ ମୂଷାଟି କୁତୁକୁତୁ କରୁଥିବା ବ୍ୟକ୍ତିଙ୍କର ପଛରେ ଗୋଡ଼ାଇ ତାଙ୍କ ହାତରେ ଚଢ଼ି ଖେଳୁଥିବା ଜଣାଯାଇଛି । ଏଥିରୁ ଏହି କୌତୁକିଆ ଜୀବନ ହାସ୍ୟରସାତ୍ମକ ପ୍ରତିକ୍ରିୟା ରହିଥିବା ଗବେଷକମାନେ ସ୍ପଷ୍ଟ ହୋଇଛନ୍ତି ।