କିପରି ମୂଳାକୁ ଅଧିକ ଦିନ ରଖିବେ ତାଜା, ଜାଣନ୍ତୁ

କିପରି ମୂଳାକୁ ଅଧିକ ଦିନ ରଖିବେ ତାଜା, ଜାଣନ୍ତୁ

କିପରି ମୂଳାକୁ ଅଧିକ ଦିନ ରଖିବେ ତାଜା, ଜାଣନ୍ତୁ

ଭୁବନେଶ୍ୱର: ଅଧିକାଂଶ ଲୋକ ଶୀତ ଦିନେ ମୂଳା ଖାଇବାକୁ ପସନ୍ଦ କରନ୍ତି। ବିଶେଷକରି ଶୀତଦିନେ ଅନେକ ଲୋକଙ୍କ ଖାଦ୍ୟରେ ମୂଳା ସାଲାଡ୍ ଥାଏ। ଅନ୍ୟପକ୍ଷରେ ଏହି ଦିନେ ମୂଳା ଶସ୍ତାରେ ମିଳୁଥିବାରୁ ଲୋକେ ଏହାକୁ ବହୁ ପରିମାଣରେ କିଣନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ଅଧିକ ପରିମାଣର ମୂଳା କିଣୁଛନ୍ତି ତେବେ ଏହାର ସଂରକ୍ଷଣ ଉପାୟ ମଧ୍ୟ ଜାଣିନେବା ଉଚିତ।

ଅବଶ୍ୟ ଶୀତଦିନେ ପନିପରିବା ଶୀଘ୍ର ନଷ୍ଟ ହୁଏ ନାହିଁ। କିନ୍ତୁ ଯଦି ଖରାପ ମୂଳା ରଖାଯାଏ ତେବେ ଏହା ନଷ୍ଟ ହେବା ଥୟ। କିନ୍ତୁ ଏମିତି କିଛି ଟିପ୍ସ ଅଛି ଯାହାକୁ ଆପଣେଇବା ଦ୍ୱାରା ଆମେ ମୂଳାକୁ ଅନେକ ଦିନ ପର୍ଯ୍ୟନ୍ତ ସତେଜ ରଖିପାରିବା। ଆସନ୍ତୁ ଜାଣିବା…

ପେପର୍ ଟାୱେଲ ବ୍ୟବହାର:
ମୂଳାକୁ ସଂରକ୍ଷଣ କରିବା ପାଇଁ ପେପର୍ ଟାୱେଲ ବ୍ୟବହାର କରାଯାଇପାରେ। ଏଥିପାଇଁ ମୂଳାକୁ ଏକ କାଗଜରେ ଗୁଡ଼ାଇ ଏକ ବ୍ୟାଗରେ ରଖନ୍ତୁ। ବର୍ତ୍ତମାନ ଏହି ବ୍ୟାଗ୍‌କୁ ଫ୍ରିଜ୍‌ର କ୍ରିସ୍ପର୍‌ରେ ରଖନ୍ତୁ। ଏହା ୬-୮ ଦିନ ତାଜା ରହିବ।

ପାଣିରେ ରଖିବା:
ମୂଳାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ବର୍ତ୍ତମାନ ଏହାର ମୂଳ ଏବଂ ଅଗକୁ କାଟି ଦିଅନ୍ତୁ। ଏକ ଏୟାର ଟାଇଟ୍ ପାତ୍ରରେ ପାଣି ଭରି ସମସ୍ତ ମୂଳାକୁ ଏହି ପାତ୍ରରେ ରଖନ୍ତୁ ଏବଂ ଏହାକୁ ଫ୍ରିଜରେ ରଖନ୍ତୁ। ଏହା ୨ ସପ୍ତାହ ପର୍ଯ୍ୟନ୍ତ ସତେଜ ରଖିବ।

ମାଟିରେ ରଖିବା:
ମୂଳା ସଂରକ୍ଷଣ ପାଇଁ ମାଟି କିମ୍ବା ଓଦା ବାଲି ମଧ୍ୟ ବ୍ୟବହାର କରାଯାଇପାରେ। ମୂଳାକୁ ମାଟି କିମ୍ବା ବାଲିରେ ପୋତିଦିଅନ୍ତୁ। ଏହା ଦ୍ୱାରା ମୂଳା ୩ ମାସ ପାଇଁ ସତେଜ ରୁହେ।

ମୂଳାକୁ ଏହିପରି ଗଚ୍ଛିତ କରନ୍ତୁ:
ମୂଳାକୁ ଅନେକ ମାସ ପର୍ଯ୍ୟନ୍ତ ସଂରକ୍ଷଣ ରଖିବା ପାଇଁ ½ କିଲୋଗ୍ରାମ ମୂଳାକୁ ଛେଲିକି କାଟି ଦିଅନ୍ତୁ। ବର୍ତ୍ତମାନ ଏଥିରେ ½ କପ୍ ଚିନି, ½ ଧଳା ଭିନେଗାର, ¼ କପ୍ ପାଣି ଏବଂ ୧ ଚାମଚ ଲୁଣ ମିଶାନ୍ତୁ। ଏହିପରି ଭାବରେ ୨/୩ ମାସ ପର୍ଯ୍ୟନ୍ତ ମୂଳାକୁ ସତେଜ ରଖାଯାଇ ପାରେ।

ମୂଳା କିଣିବାର ଟିପ୍ସ:
ମୂଳା କିଣିବା ସମୟରେ ସଠିକ୍ ମୂଳା ଚୟନ କରିପାରିଲେ ଏହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇପାରିବ। ତେଣୁ ମୂଳା କିଣିବା ବେଳେ ଭଲ ଭାବରେ ଦେଖନ୍ତୁ ଯେ ଏହାର କୌଣସି ଅଂଶ ଯେପରି ନଷ୍ଟ ହୋଇନାହିଁ।