କାହିଁଁକି ଉଜୁଡ଼ିଗଲା ତୁଷାରଙ୍କ ସଂସାର
କାହିଁଁକି ଉଜୁଡ଼ିଗଲା ତୁଷାରଙ୍କ ସଂସାର
ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଇଲାକାରେ ଏକ ଅଭାବନୀୟ ଘଟଣାକୁ ନେଇ ପୂରା ରାଜଧାନୀରେ ଚାଂଚଲ୍ୟ । ଗୋଟିଏ ପରିବାରର ବାପା, ମା’ ଓ ଦେଢ଼ ବର୍ଷର କୁନିଝିଅର ଝୁଲନ୍ତା ମୃତଦେହ ମିଳିବା ପରେ ପୁଲିସ ଆରମ୍ଭ କରିଛି ଛାନଭିନ । ଚିନ୍ତାମଣୀଶ୍ୱରରେ ଘଟିଛି ଏଭଳି ଏକ ଘଟଣା ।
ମୃତକ ହେଲେ ମହାରାଷ୍ଟ୍ରର ମୂଳ ବାସିନ୍ଦା । ବ୍ୟକ୍ତିଜଣକଙ୍କ ନାଁ ତୁଷାର ଜଗପାଟ୍ଟ ଓ ତାଙ୍କ ପତ୍ନୀଙ୍କ ନାଁ ନୀଲା ଜଗପାଟ୍ଟ । ପାରିବାରିକ କଳହ ଓ ମାନସିକ ଦୁଶ୍ଚିନ୍ତା କାରଣରୁ ହତାଶ ହୋଇ ଉଭୟ ପତି, ପତ୍ନୀ ପ୍ରଥମେ ନିଜର କୁନି ଝିଅକୁ ହତ୍ୟା କରିବା ପରେ ଉଭୟ ଆତ୍ମହତ୍ୟା କରିଥିବା କୁହାଯାଉଛି । ମାତ୍ର ପ୍ରକୃତ କାରଣ ଜଣାପଡ଼ିନି । ଶୁଣିବାକୁ ମିଳିଛି, ତୁଷାରଙ୍କ ମା’ଙ୍କର ପୂର୍ବରୁ ମୃତୁ୍ୟ ହୋଇଥିବାବେଳେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ । ତେବେ ସାବତ ମା’ ଓ ସାବତ ମା’ର ପିଲାଙ୍କ ନାଁରେ ତୁଷାରଙ୍କ ପିତା ସବୁ ସମ୍ପତ୍ତି କରିଥିଲେ । ଏହାକୁ ନେଇ ତୁଷାର ଚିନ୍ତାରେ ରହୁଥିଲେ । କିଛି ବିବାଦ ଲାଗିଥିଲା । ଏସବୁରେ ହତାଶ ହୋଇ ସେ ଆତ୍ମହତ୍ୟା ବାଟ ଆପଣାଇଥାଇପାରନ୍ତି । ମାତ୍ର ପୁଲିସ କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ଉପନୀତ ନ ହୋଇ ତଦନ୍ତ ଆରମ୍ଭ କରିଛି । ମହାରାଷ୍ଟ୍ରସ୍ଥିତ ପରିବାରକୁ ଏ ନେଇ ସୂଚନା ଦିଆଯାଇଛି । ସେମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରକୃତ କଥା ସାମ୍ନାକୁ ଆସିପାରେ ।




admin 