ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ
ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ତତଲା ତାୱାରେ ସିଝୁଛି ଭାରତ । ସକାଳ ୮ଟାରୁ ମାଡିଆସୁଛି ବାଘ ଭଳିଆ ଖରା । ରାସ୍ତାଘାଟ ଖାଁ ଖାଁ । ଅସହ୍ୟ ଗରମରେ ଜନଜୀବନ ଅସ୍ତବ୍ୟସ୍ତ । ନା ଘରେ ରହି ହେଉଛି ନା ବାହାରେ । ତେବେ ଆହୁରି ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡିଶା ସହ ୫ ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅରେୟ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ରାଜ୍ୟ ଗୁଡିକ ହେଉଛି, ରାଜସ୍ଥାନ, ଦିଲ୍ଳୀ, ହରିଆଣା, ଉତ୍ତରପ୍ରଦେଶ ଓ ଓଡିଶା । ଗତକାଲି ଦେଶର କିଛି ଅଂଚଳରେ ତାତି ୪୫ଡିଗ୍ରୀ ଟପିବା ପରେ ଚିନ୍ତା ବଢିଛି । ମେ’ ପ୍ରଥମ ସପ୍ତାହ ପରେ କିଛିକାଂଶରେ ତାତି କମିବ ବୋଲି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି ।




admin 