ଜେଲରୁ ବାହାରି ଭଗବତୀଙ୍କ ଦର୍ଶନ କଲେ

ଜେଲରୁ ବାହାରି ଭଗବତୀଙ୍କ ଦର୍ଶନ କଲେ

ଜେଲରୁ ବାହାରି ଭଗବତୀଙ୍କ ଦର୍ଶନ କଲେ

ବାଣପୁର: ଗତକାଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ମୁକୁଳିଛନ୍ତି । ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ସାତ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତଦିନ ପାଇଁ ବିଧାୟକଙ୍କୁ ଉଚ୍ଚ ନ୍ୟାୟଳୟ ଅନ୍ତରୀଣ ଜାମିନ ଦେଇଥିବା ଜାଣିବାକୁ ମିଳିଛି । 

ଗତକାଲି ମଧ୍ୟାହ୍ନରେ ଜେଲରୁ ବାହାରିବା ପରେ ମା’ ଭଗବତୀଙ୍କ ଦର୍ଶନ ଲାଗି ଆସିଥିଲେ । ବିଧାୟକଙ୍କୁ ତାଙ୍କର ବହୁ ସମର୍ଥକ ସ୍ୱାଗତ କରିଥିଲେ । ଅନ୍ତରୀଣ ଜାମିନ ଅବଧି ସରିବା ପରେ ଆସନ୍ତା ମେ’ ଚାରି ତାରିଖ ଦିନ ସକାଳ ସାତ ଘଟିକା ସମୟରେ ବିଧାୟକ ଆତ୍ମସମର୍ପଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାଯାଇଛି ।