କାଲିଠୁ ଶୀତ କମିବ!
କାଲିଠୁ ଶୀତ କମିବ!
admin
Nov 10, 2020 - 11:05
Updated: Nov 10, 2020 - 11:05
ଭୁବନେଶ୍ୱର:ଶୀତ ପ୍ରକୋପ ବଢ଼ିଛତି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାକୁ ଥରାଇଲାଣି ଥଣ୍ଡା । ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୩ ରୁ ୫ ଡିଗ୍ରୀ ସେଲସିୟସ କମିଯାଇଛି । ସୋନପୁର ସମେତ ଦାରିଙ୍ଗିବାଡ଼ି ଓ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟମ ଭିତରେ ରହିଛି । ଉପକୂଳ ଅଞ୍ଚଳରେ ମଧ୍ୟ ଶୀତ ଅନୁଭୂତ ହେଲାଣି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତା ବୁଧବାର ରାତିରୁ ଶୀତ ପ୍ରକୋପ ସାମୟିକ ଭାବେ କମିବ । ରବିବାର ରାତିରେ ଶୀତ ପ୍ରକୋପ ବଢ଼ିଥିଲା । ସବୁଠି ଖସିଥିଲା ପାରଦ । ୧୦ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ କମ ରହିଥିଲା । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯.୪ ଡିିଗ୍ରୀ, ଦାରିଙ୍ଗବାଡ଼ି ୯.୫, ଫୁଲବାଣୀ ୧୦, ଅନୁଗୁଳ ୧୧, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ୧୩.୪, ତାଳଚେର୧୩.୫, ବଲାଙ୍ଗୀର ୧୪, କେନ୍ଦୁଝର ୧୪.୪, ମାଲକାନଗିରି ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା ରାଜ୍ୟରେ ପାଗ ଶୁଖିଲା ରହିବ । ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ପାଗ ଆଂଶିକ ମେଘୁଆ ରହିବା ସହ ଗୋଟିଏ ଦୁଇଟି ଜାଗାରେ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣଣ ବର୍ଷା ସମ୍ଭାବନା ରହିଛି । ଦୁଇ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିପାରେ ।