ମଣିପୁରରେ ବିଜେପିର ବାଜିମାତ

ମଣିପୁରରେ ବିଜେପିର ବାଜିମାତ

ମଣିପୁରରେ ବିଜେପିର ବାଜିମାତ
ଇମ୍ଫାଲ : ମଣିପୁର :ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ମଣିପୁରରେ ବାଜିମାତ୍ କରିଛି ବିଜେପି । ବିଜେପି ଦେଇଥିବା ସମସ୍ତ ୪ଟି ବିଧାନସଭା କ୍ଷେତ୍ରରେ ଜିତାପଟ ହାସଲ କରିଛି । ମଣିପୁରରେ ପ୍ରଚାର ଦାୟିତ୍ବ ତୁଲାଇଥିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମଣିପୁର ବିଧାନସଭାର ୪ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ ୱାଙ୍ଗୋଇ ଆସନରୁ ବାଜିମାତ କରିଛନ୍ତି । ନଭେମ୍ବର ୭ରେ ମଣିପୁରରେ ୫ଟି ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଏହା ବ୍ୟତିତ ବିଜେପି ବିହାରରେ ଏକକ ଗରିଷ୍ଠ ଦଳର ମାନ୍ୟତା ହାସଲ କରିଥିବା ବେଳେ ମଧ୍ୟପ୍ରଦେଶର ୨୧ ଆସନରେ ଅଗ୍ରଣୀ ରହିଛି । ଏହା ବ୍ୟତିତ ଗୁଜରାଟରେ ଦଳ କ୍ଲିନ ସୁଇପ କରିଛି ।