କାବୁଲରେ ତାଲିବାନର ଆତଙ୍କରାଜ, ୧୫୦ ବିଦେଶୀ ନାଗରିକଙ୍କୁ ଅଟକ ରଖିଲେ, ଅଧିକାଂଶ ଭାରତୀୟ
କାବୁଲରେ ତାଲିବାନର ଆତଙ୍କରାଜ, ୧୫୦ ବିଦେଶୀ ନାଗରିକଙ୍କୁ ଅଟକ ରଖିଲେ, ଅଧିକାଂଶ ଭାରତୀୟ
admin
Aug 21, 2021 - 08:02
Updated: Aug 21, 2021 - 08:02
କାବୁଲ : ତାଲିବାନ୍ର କାବୁଲ୍ କବ୍ଜା ପରେ ସେମାନଙ୍କ ଆତଙ୍କରାଜ ଜାରି ରହିଛି। ବିଭିନ୍ନ ସ୍ଥାନରେ ଗୁଳିଗୁଳାାର ତାଣ୍ଡବ ଜାରି ରହିଛି। ରକ୍ତପାତ, ଲୁଟ୍ତରାଜ ଚଳାଇଛନ୍ତି। ଗତକାଲି କାନ୍ଦାହାର ଓ ହରାତରେ ଥିବା ଭାରତର ଦୂତାବାସକୁ କବ୍ଜା କରି ଭଙ୍ଗାରୁଜା କରିଥିଲେ। ସେଠାରେ ଦୂତାବାସ କର୍ମଚାରୀ ବ୍ୟବହାର କରୁଥିବା ବୁଲେଟ୍ ପ୍ରୁଫ୍ ଗାଡ଼ିସବୁ ନେଇଯାଇଥିଲେ। କିନ୍ତୁ ଆଜି ଘଟଇଥିବା ଏକ ଘଟଣା ଭାରତ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। କାବୁଲ୍ ଏୟାରପୋର୍ଟ ନିକଟରେ ପ୍ରାୟ ୧୫୦ ବିଦେଶୀ ନାଗରିକଙ୍କୁ ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ନାଗରିକ ଥିବା କୁହାଯାଉଛି। ସମସ୍ତ ନାଗରିକ ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଥିଲେ। ସମସ୍ତଙ୍କୁ କାବୁଲର ହମିଦ୍ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆଜି ସକାଳେ ତାଲିବାନୀମାନେ ଅଟକ ରଖିଛନ୍ତି। କାବୁଲ୍ର ଏକ ଗଣମାଧ୍ୟମ ସଂସ୍ଥା ମିଡିଆ ଆଉଟ୍ଲେଟ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଟକ ଥିବା ନାଗରିକଙ୍କ ମଧ୍ୟରେ କିଛି ଆଫଗାନିସ୍ତାନର ମୂଳ ବାସିନ୍ଦା ସହିତ ଶିଖ ସଂପ୍ରଦାୟର ଲୋକ ଅଛନ୍ତି। ଅନ୍ୟପକ୍ଷରେ ଏଏନ୍ଆଇର ରିପୋର୍ଟ ଅନୁଯାୟୀ ତାଲବାନ୍ର ମୁଖପାତ୍ର ଅହମଦ୍ଦୁଲ୍ଲା ୱାସେକି ଏପରି ଖବରକୁ ଖଣ୍ଡନ କରିଛନ୍ତି। ଗଣମାଧ୍ୟମ ଖବର ଅନୁଯାୟୀ ବିନା ଅସ୍ତ୍ରଶସ୍ତ୍ରରେ ଥିବା କିଛି ତାଲିବାନୀ ସେମାନଙ୍କୁ ଦେଶ ନ ଛାଡ଼ିବାକୁ କହିଥିଲେ। ପରେ କାବୁଲ୍ ସହର ନିକଟରେ ଥିବା ତରଖିଲ ଅଞ୍ଚଳକୁ ନେଇଯାଇଥିଲେ। ଏପରିକି ସେମାନଙ୍କୁ ଶାରୀରିକ ନିର୍ୟାତନା ଦିଆଯାଇଥିବା ଅନୁମାନ କରାଯାଉଛି।