କର୍ଣ୍ଣାଟକରେ ଆରମ୍ଭ ହେବ ନାଇଟ୍‌ କର୍ଫ୍ୟୁ

କର୍ଣ୍ଣାଟକରେ ଆରମ୍ଭ ହେବ ନାଇଟ୍‌ କର୍ଫ୍ୟୁ

କର୍ଣ୍ଣାଟକରେ ଆରମ୍ଭ ହେବ ନାଇଟ୍‌ କର୍ଫ୍ୟୁ

ବେଙ୍ଗାଲୁରୁ: ବଢ଼ୁଥିବା ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ମଙ୍ଗଳବାରଠାରୁ ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବାକୁ ଯାଉଛି। ୧୦ ଦିନିଆ ନାଇଟ କର୍ଫ୍ୟୁ କଟକଣା ଲଗାଇବାକୁ କର୍ଣ୍ଣାଟକ ସରକାର ନିଷ୍ପତ୍ତି ନେଇଛନ୍ତି । ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗୁ କରାଯିବ । ଏହି ସମୟରେ ଜାରି ରହିବ ୧୪୪ ଧାରା । ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ସୂଚନା ଦେଇଛନ୍ତି ।

ନୂଆବର୍ଷ ଓ ଜିରୋ ନାଇଟ୍ ସେଲିବ୍ରେସ ଉପରେ ମଧ୍ୟ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ଜନସମାଗମ ଓ ଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଷ୍ଟୁରାଣ୍ଟ, ବାର, ହୋଟେଲ ଓ ପବଗୁଡ଼ିକ ଏଣିକି ୫୦% କ୍ଷମତାର ସହ କାର୍ୟ୍ୟକ୍ଷମ ହେବ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି ।