କରୋନା ଭୟରେ ଅଧିକ ଟଙ୍କା ଉଠାଇଲେ ଲୋକ।

କରୋନା ଭୟରେ ଅଧିକ ଟଙ୍କା ଉଠାଇଲେ ଲୋକ।

କରୋନା ଭୟରେ ଅଧିକ ଟଙ୍କା ଉଠାଇଲେ ଲୋକ।
କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଲୋକମାନେ ବ୍ୟାଙ୍କରୁ ଅଧିକ ପରିମାଣରେ ଟଙ୍କା ଉଠାଉଛନ୍ତି । ବିଗତ ୧୫ ଦିନରେ ସାରା ଦେଶରେ ଲୋକମାନେ ୫୩ ହଜାର କୋଟି ଟଙ୍କା ଉଠାଇ ସାରିଲେଣି । ବ୍ୟାଙ୍କରୁ ଟଙ୍କା ଉଠାଣ ୧୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ମାର୍ଚ୍ଚ ୧୩ ସୁଦ୍ଧା ଶେଷ ହୋଇଥିବା ୧୫ ଦିନରେ ଲୋକମାନେ ୫୩ ହଜାର କୋଟି ଟଙ୍କା ବ୍ୟାଙ୍କରୁ ଉଠାଇଛନ୍ତି । ଏବେ ଦେଶବାସୀଙ୍କ ପାଖରେ ୨୩ ଲକ୍ଷ କୋଟି ଟଙ୍କା ରହିଥିବା ଜଣାପଡ଼ିଛି । ଆକ୍ସିସ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌଗତ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଜରୁରୀକାଳୀନ ଆବଶ୍ୟକତାକୁ ନଜରରେ ରଖି ଲୋକମାନେ ଟଙ୍କା ଉଠାଉଛନ୍ତି । କରୋନା ଲାଗି ଜାରି କରିଥିବା କଟକଣା ଯୋଗୁଁ ନଗଦ ଟଙ୍କା ଜରିଆରେ କାରବାର କରିବାକୁ ଲୋକମାନଙ୍କୁ ନିରୁତ୍ସାହିତ କରାଯାଉଛି । ଏହା ବଦଳରେ ଡିଜିଟାଲ କାରବାର ଅଧିକ କରିବା ଲାଗି କୁହାଯାଇଛି । ଲୋକମାନେ ବ୍ୟାଙ୍କରୁ ଯେଉଁ ଟଙ୍କା ଉଠାଇଛନ୍ତି ତାହାକୁ ସେମାନେ ଜରୁରୀକାଳୀନ ସ୍ଥିତିର ମୁକାବିଲା ଲାଗି ରଖିଥାଇପାରନ୍ତି ବୋଲି ସେ କହିଛନ୍ତି । ଦେଶରେ ଲକଡାଉନ ଘୋଷଣା କରାଯିବା ଦ୍ୱାରା ନଗଦ ଟଙ୍କାରେ କାରବାର ବହୁତ ବଢ଼ିବ । ଏହାର ପ୍ରଭାବରେ ନଗଦ ଟଙ୍କାର ଚାହିଦା ମଧ୍ୟ ବଢ଼ିବ ବୋଲି ନିକଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଏସ୍ କେ ଘୋଷ କହିଥିଲେ ।