କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଂଶସା କଲେ ରାଜ୍ୟପାଳ

କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଂଶସା କଲେ ରାଜ୍ୟପାଳ

କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଂଶସା କଲେ ରାଜ୍ୟପାଳ
ଭୁବନେଶ୍ୱର: ଗୁରୁବାର ଠାରୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖୁଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଥମେ ଦିବଂଗତ ପୂର୍ବତନ ବିଧାୟକଙ୍କ ବିଧାୟକଙ୍କ ବିୟୋଗରେ ରାଜ୍ୟପାଳ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାଛଡ଼ା ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦେ୍ଧଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହି ଅବସରରେ ରାଜ୍ୟପାଳ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲ କହିଛନ୍ତି । ଏହାଛଡ଼ା ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ବୋଲି ରାଜ୍ୟପାଳ କହିଛନ୍ତି । ଅନ୍ୟପକ୍ଷରେ ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ହଟ୍ଟଗୋଳ ସହ କଂଗ୍ରେସ ସଦ୍ୟ କକ୍ଷ ତ୍ୟାଗ କରିଥିବା ଜଣାଯାଇଛି ।