କରୋନା ଦ୍ୱିତୀୟ ଲହରୀ : ଆଜି ଦେଶରୁ ଗୋଟିଏ ଦିନରେ ୩ ହଜାର ୬୧୭ ଜଣଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଲହରୀ : ଆଜି ଦେଶରୁ ଗୋଟିଏ ଦିନରେ ୩ ହଜାର ୬୧୭ ଜଣଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଲହରୀ : ଆଜି ଦେଶରୁ ଗୋଟିଏ ଦିନରେ ୩ ହଜାର ୬୧୭ ଜଣଙ୍କ ମୃତୁ୍ୟ
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୧ ଲକ୍ଷ ୭୩ ହଜାର ୭୯୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩ ହଜାର ୬୧୭ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୩ ଲକ୍ଷ ୨୨ ହଜାର ୫୧୨ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୨୯ ହଜାର ୨୪୭ ରେ ପହଂଚିଛି । ଦେଶରେ ୨୨ ଲକ୍ଷ ୨୮ ହଜାର ୭୨୪ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୨ କୋଟି ୫୧ ଲକ୍ଷ ୭୮ ହଜାର ୦୧୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୨୦ କୋଟି ୮୯ ଲକ୍ଷ ୨ ହଜାର ୪୪୫ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।