କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୨ ଜଣଙ୍କ ମୁଣ୍ଡ ନେଲା କରୋନା
କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୨ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି କଳାହାଣ୍ଡି, ବରଗଡ଼, ପୁରୀ, ସୁନ୍ଦରଗଡ଼ ଓ ଗଞ୍ଜାମରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୪, କଟକ, କନ୍ଧମାଳ, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ନୟାଗଡ଼, ନୂଆପଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୭ଜଣ, ବାଲେଶ୍ୱରରୁ ୧୫୫ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୩୧ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ୨୧ଜଣ, କଟକରୁ ୪୪୧ଜଣ, ଦେବଗଡ଼ରୁ ୯ଜଣ, ଢେଙ୍କାନାଳରୁ ୬୭ଜଣ, ଗଜପତିରୁ ୧୦ ଜଣ, ଗଞ୍ଜାମରୁ ୨୦ ଜଣ, ଜଗତସିଂହପୁରରୁ ୧୧୭ ଜଣ, ଯାଜପୁରରୁ ୧୫୩ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୧୫ଜଣ, କନ୍ଧମାଳରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୧୧୯ଜଣ, କେଉଁଝରରୁ ୬୪ଜଣ, ଖୋର୍ଦ୍ଧାରୁ ୪୭୫ ଜଣ, କୋରାପୁଟରୁ ୬୫ଜଣ, ମାଲକାନଗିରିରୁ ୫୫ଜଣ, ମୟୁରଭଞ୍ଜରୁ ୧୯୩ଜଣ, ନବରଙ୍ଗପୁରରୁ ୧୫ ଜଣ, ନୟାଗଡ଼ରୁ ୧୧୫ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୫୪ଜଣ, ରାୟଗଡ଼ାରୁ ୫୪ଜଣ, ସମ୍ୱଲପୁରରୁ ୩୨ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୬୨ ଓ ଷ୍ଟେଟ ପୁଲରୁ ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।