୨୪ ଘଣ୍ଟାରେ ୪୪ ହଜାର ନୂତନ ଆକ୍ରାନ୍ତ, ୫୧୧ ମୃତ

୨୪ ଘଣ୍ଟାରେ ୪୪ ହଜାର ନୂତନ ଆକ୍ରାନ୍ତ, ୫୧୧ ମୃତ

୨୪ ଘଣ୍ଟାରେ ୪୪ ହଜାର ନୂତନ ଆକ୍ରାନ୍ତ, ୫୧୧ ମୃତ
ନୂଆଦିଲ୍ଲୀ : ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୧ ଜଣଙ୍କ ପ୍ରାଣହାନି ଘଟିଛି । ୪୪ ହଜାର ୫୯ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫ରେ ପହଞ୍ଚିଛି । ସେହିପରି କରୋନା ୫୧୧ ମୁଣ୍ଡ ନେଇଥିବା ବେଳେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୨୪ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୮୫ ଲକ୍ଷ ୬୨ ହଜାର ୬୪୧ରେ ପହଞ୍ଚିଛି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୫୨୪ ଜଣଙ୍କ ଅଭିବୃଦ୍ଧି ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୮୬ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଛି । ଦିଲ୍ଲୀରେ ୬୭୪୬ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୧ ଜଣଙ୍କର ମୃତ୍ୟୁ ଘଟିଛି । ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୮୬ ଲକ୍ଷ ୧୪ ହଜାର ୬୧୪ରେ ପହଞ୍ଚିଛି । ଏହା ମଧ୍ୟରୁ ୧୩ ଲକ୍ଷ ୮୭ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ୩ କୋଟି ୭୪ ଲକ୍ଷ ୯୦ ହଜାର ୧୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୭ ଲକ୍ଷ ୩୭ ହଜାର ୩୩୬ରେ ପହଞ୍ଚିଛି । ଆମେରିକା ଉଭୟ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟାରେ ଏହି ତାଲିକାରେ ଉପରେ ରହିଛି ।