କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୭ ହଜାର ୨୧୬ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୭ ହଜାର ୨୧୬ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୭ ହଜାର ୨୧୬ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ରାଜ୍ୟରେ ଆଜି ସର୍ବାଧିକ ୭ ହଜାର ୨୧୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୭,୨୧୬ ମଧ୍ୟରୁ କ୍ୱାରେଂଟିନରୁ ୪୦୪୧ ଲୋକାଲ କେସରୁ ୩୧୭୫ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲରୁ ସର୍ବାଧିକ ୧୦୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୮୦୯, କଳାହାଣ୍ଡି-୧୫୦ , କଟକ-୮୭୦, ଅନୁଗୁଳ-୪୦୯, ନୂଆପଡା -୬୬, ସମ୍ବଲପୁର-୨୪୧, ଝାରସୁଗୁଡା-୬୪ , ପୁରୀ-୧୧୦, ବରଗଡ-୩୩୧, ନବରଙ୍ଗପୁର-୨୪୨, ବାଲେଶ୍ୱର-୨୧୫, ସୁନ୍ଦରଗଡ-୧୮୪, ସୁବର୍ଣ୍ଣପୁର-୭୪ , ବଲାଙ୍ଗିର-୧୩୦ , ଷ୍ଟେଟପୁଲ-୧୪୬, ଗଞ୍ଜାମ-୧୫୦, ମୟୂରଭଞ୍ଜ-୨୭, କେନ୍ଦୁଝର-୭୨, କୋରାପୁଟ-୨୨୦, ଭଦ୍ରକ-୨୪୬, ଯାଜପୁର-୨୪୧, ନୟାଗଡ-୧୬୪ , ରାୟଗଡା-୨୪୬, ୫୩୨, ଜଗତସିଂହପୁର-୧୮୩, ଗଜପତି-୩୮, କେନ୍ଦ୍ରାପଡା-୪୮୭, ବୌଦ୍ଧ-୧୪୮, କନ୍ଧମାଳ-୧୦୧, ଢେଙ୍କାନାଳ-୪୮୨, ଓ ମାଲକାନଗିରି-୧୩୫, ସୋନପୁର-୭୪ ଓ ଦେବଗଡ-୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୧ ଲକ୍ଷ ୨ ହଜାର ୭୨ ଜଣ ଉପରେ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।