କଟକ ସନ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ସନ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ସନ ହସ୍ପିଟାଲରେ ଅଗ୍ନିକାଣ୍ଡ
କଟକ : କଟକ ବିଜୁ ପଟ୍ଟନାୟକ ଛକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ସନ୍ ହସ୍ପିଟାଲରେ ନିଆଁ ଲାଗିଥିବ ସୂଚନା ମିଳିଛି । ନିଆଁ ଲାଗିଥିବା ହସ୍ପିଟାଲ ଉପର ମହଲାରୁ ପ୍ରବଳ ଧୂଆଁ ବାହାରୁଛି । ନିଆଁ ଲାଗିବାର କୌଣସି ସ୍ପଷ୍ଟ କାରଣ ମିଳିନାହିଁ । ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୫ ଅଗ୍ନିଶମ ଗାଡି ରହିଛି । ନିଆଁ ଲାଗିଥିବା ହସ୍ପିଟାଲରୁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି । ସୂଚନା ଅନୁସାରେ, ବର୍ତ୍ତମାନ କଟକ ତୁଳସୀପୁର ବିଜୁ ପଟନାୟକ ଛକ ନିକଟରେ ଥିବା ସନ ହସ୍ପିଟାଲ ରେ ନିଆଁ ଲାଗିଥିବାର ଖବର ଆସୁଛି । ହସ୍ପିଟାଲ ର ସର୍ବୋଚ୍ଚ ମହଲାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁ ଦେଖା ଯାଇଛି । ଖବର ପାଇ ତୁରନ୍ତ ୫/୬ଟି ଅଗ୍ନି ନିର୍ବପକ ଗାଡି ସହିତ ଅଗ୍ନିଶମ କର୍ମଚାରୀ ମାନେ ପହଂଚି ନିଅଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ଜିଲ୍ଲାପାଳ,ସି ଏମ୍ ସି କମିଶନର, କଟକ ଡି ସି ପି, ରହି ଉଦ୍ଧାର କାର୍ଯ୍ୟ କୁ ପରିଚାଳନା କରୁଛନ୍ତି।ହସ୍ପିଟାଲ୍ ରେ ଥିବା ରୋଗୀ ମାନଙ୍କୁ ଅନ୍ୟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଉଛି । ଅଗ୍ନିଶମ କର୍ମଚାରୀ ମାନେ ପୁରା ହସ୍ପିଟାଲ ର ଚାରିପଟୁ ଘେରି ନିଆଙ୍କୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ୫ଟି ଆମ୍ବୁଲାନ୍ସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ରିପୋର୍ଟ ଲେଖା ହେଲା ବେଳକୁ କ୍ଷୟକ୍ଷତି ର କୌଣସି ଖବର ମିଳିନାହିଁ ।