କଟକ ମେୟର ଭାବେ ଶପଥ ନେଲେ ସୁବାସ ସିଂ

କଟକ ମେୟର ଭାବେ ଶପଥ ନେଲେ ସୁବାସ ସିଂ

କଟକ ମେୟର ଭାବେ ଶପଥ ନେଲେ ସୁବାସ ସିଂ

କଟକ: କଟକ ମହାନଗର ମେୟାର ଭାବେ ଗୁରୁବାର ଶପଥ ନେଇଛନ୍ତି ନବନିର୍ବାଚିତ ମେୟର ସୁବାସ ସିଂ । ସିଏମସି ମେୟର ଭାବେ ଶ୍ରୀ ସିଂ ଶପଥ ଗ୍ରହଣ କରିଛନ୍ତି ।  ଏନେଇ ଆଜି ଆୟୋଜିତ ଏକ ଉତ୍ସବରେ ନଗର ଉନ୍ନୟନ ବିଭାଗ ନିଦେ୍ର୍ଧଶକ ସଂଗ୍ରାମଜିତ ନାୟକ ନବନିର୍ବାଚିତ ମେୟର ସୁବାସ ସିଂଙ୍କୁ ଶପଥ ପାଠ କରାଇଛନ୍ତି ।

ଅନ୍ୟପକ୍ଷରେ ଆଜି କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ।  ତେବେ ନିର୍ବାଚନ ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ଦଳୀୟ ହୁଇପ ଜାରି କରିଛନ୍ତି ।  ଦଳର ନିର୍ବାଚିତ ୩୮ କର୍ପୋରେଟରଙ୍କ ଉପରେ ବିଜେଡି ପକ୍ଷରୁ ହୁଇପ ଜାରି କରାଯାଇଛି ।  ଦଳର ନିଦେ୍ର୍ଧଶ ମୁତାବକ ମତଦାନ କରିବାକୁ ହୁଇପରେ ନିଦେ୍ର୍ଧଶ ଦିଆଯାଇଛି ।